43 C
Bhubaneswar
Tuesday, April 16, 2024
Homeଅପରାଧଗାଙ୍ଗିଯୋଡି ଗ୍ରାମରେ ବଧୂହତ୍ୟା ଅଭିଯୋଗ

ଗାଙ୍ଗିଯୋଡି ଗ୍ରାମରେ ବଧୂହତ୍ୟା ଅଭିଯୋଗ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ତୁମୁସିଙ୍ଗା ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗିଯୋଡି ଗ୍ରାମରେ ବଧୂ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଗାଙ୍ଗିଯୋଡି ହରିଜନ ସାହିର ଡାକ୍ତର ନାୟକଙ୍କ ସ୍ତ୍ରୀ ଶିବାନୀ ନାୟକ (୨୬)ଙ୍କ ମୃତଦେହ ଘର ନିକଟ ଏକ ଶାଗୁଆନ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ । ତେବେ ଏ ନେଇ ଶିବାନୀଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୁଲିସ ସହାୟତାରେ ଉଦ୍ଧାର କରିଥିଲେ । ପାରିପାଶ୍ୱର୍ିକ ପରିସ୍ଥିତିରୁ ଏହା ହତ୍ୟା କରାଯାଇଛି ବୋଲି ଶିବାନୀଙ୍କ ବାପା ଗଗନ ନାୟକ ତୁମୁସିଙ୍ଗା ଥାନାରେ ଅଭଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଆଜକୁ ୭ ବର୍ଷ ତଳେ ଡାକ୍ତର (୩୦) ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେନ୍ତୁଳିହତା ଗ୍ରାମର ଶିବାନୀଙ୍କୁ ବିବାହ କରିଥିଲେ । ବେଶ ହସଖୁସିରେ ସେମାନଙ୍କ ସଂସାର ଚାଲିଥିଲା । ଗତ ରବିବାର କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଡାକ୍ତର ଅତ୍ୟନ୍ତ ଉତ୍ତେଜିତ ହୋଇ ନିଜର ହିତାହିତ ଜ୍ଞାନ ହରାଇ ଶିବାନୀର ବେକକୁ ଚିପି ହତ୍ୟା କରିଥିଲା । ପରେ ଏହାକୁ ଆତ୍ମହତ୍ୟାର ରୂପ ଦିଆଯାଇଥିଲା ବୋଲି ଶ୍ୱଶୁର ଗଗନ ଅଭିଯୋଗ କରିଛନ୍ତି । ଯାହାକୁ ଭିତ୍ତିକରି ତୁମୁସିଙ୍ଗା ଥାନା ଏସଆଇ ସୁଜିତ କୁମାର ସାହୁ ଏବଂ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ସ୍ପଷ୍ଟ ହେବ ବୋଲି ଥାନା ଏସଆଇ ଶ୍ରୀ ସାହୁ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking