29.1 C
Bhubaneswar
Tuesday, April 28, 2026
Homeଓଡିଶାକିସ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା: ୩ ଅଟକ

କିସ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା: ୩ ଅଟକ

ଭୁବନେଶ୍ୱର: କିସ ଛାତ୍ର ମୃତ୍ୟୁ ଘଟଣାରେ ବଡ ଅପଡେଟ ସାମ୍ନାକୁ ଆସିଛି । ଡାଲି ପଡିଯିବାରୁ ଛାତ୍ରଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସହପାଠୀ । ୩ ଛାତ୍ରଙ୍କୁ ଅଟକ ରଖି ଇନଫୋସିଟି ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ଜିରୋ ଏଫଆଇଆରରେ କେସ କରିଥିଲା ଇନଫୋସିଟି ଥାନା ପୋଲିସ । ସୂଚନାଥାଉକି, ଗତ ୧୨ ତାରିଖରେ ଘଟିଥିଲା ହତ୍ୟାକାଣ୍ଡ ।  ଭୁବନେଶ୍ଵର ସ୍ଥିତ ଏକ ଘରୋଇ ସ୍କୁଲରେ ଆଦିବାସୀ ଛାତ୍ରଙ୍କ ମୃତ୍ୟୁ ନେଇ କେନ୍ଦୁଝରରେ ତାତି ଦେଖାଦେଇଥିଲା । ମୃତକ ଭୁବନେଶ୍ଵରର ଏକ ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ। ଗତକାଲି ସକାଳେ ସ୍କୁଲ କର୍ତ୍ତୃପକ୍ଷ ଘର ଲୋକଙ୍କୁ ଫୋନ କରି ପୁଅ ବାଥରୁମରେ ପଡିଯିବା ଯୋଗୁଁ ଗୋଡ ଭାଙ୍ଗି ଯାଇଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କହିଥିଲେ। ଏହାଶୁଣି ଛାତ୍ରଙ୍କ ବାପା କେନ୍ଦୁଝରରୁ ଭୁବନେଶ୍ଵରରେ ଆସି ପହଞ୍ଚିଥିଲେ। ହେଲେ ତାଙ୍କୁ ପୁଅର ମୃତଦେହ ଧରାଇ ନେଇଯିବାକୁ କହିଥିଲେ। ଏପରିକି ମେଡିକାଲ ଟ୍ରିଟମେଣ୍ଟ କାଗଜପତ୍ର ଦେଇ ନଥିଲେ। ଘରଲୋକ ଛାତ୍ରଙ୍କ ବେକ ଓ ହାତରେ ରଶି ଦାଗ ଥିବା ଦେଖିବାକୁ ପାଇଥିଲେ। ଏନେଇ କେନ୍ଦୁଝର ଟାଉନ ଥାନାରେ ହତ୍ୟା ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking