27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରେମିକାକୁ ବାହା ହେବା ଲାଗି ୪୭ ବର୍ଷରେ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର

ପ୍ରେମିକାକୁ ବାହା ହେବା ଲାଗି ୪୭ ବର୍ଷରେ ଲିଙ୍ଗ ପରିବର୍ତ୍ତନ କଲେ କିନ୍ନର

ଇନ୍ଦୋର: ୪୭ ବର୍ଷ ବୟସରେ ଲିଙ୍ଗ ପରିବର୍ତ୍ତନ କରି ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ କିନ୍ନର ତାଙ୍କ ଦୀର୍ଘ ଦିନର ପ୍ରେମିକାକୁ ‘ସ୍ପେସାଲ୍‌ ମ୍ୟାରେଜ୍‌ ଆକ୍ଟ’ ଅନୁଯାୟୀ ବାହା ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ‌ରିପୋର୍ଟ କରିଛି।

ଲିଙ୍ଗ ପରିବର୍ତ୍ତନ କରି ଅସ୍ତିତ୍ବ ସୋନି ହୋଇଥିବା ବ୍ୟକ୍ତିଜଣକ ପୂର୍ବରୁ ଅଳକା ନାଁରେ ପରିଚିତ ଥିଲେ। ପରିବାର ଅଦାଲତରେ ଆୟୋଜିତ ବିବାହ ଅନୁଷ୍ଠାନରେ ସେ ପ୍ରେମିକା ଆସ୍ଥାଙ୍କୁ ବାହା ହେବା ବେଳେ ଉଭୟଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏବେ ଅସ୍ତିତ୍ବ ହୋଇଥିବା ଅଳକା ଜନ୍ମ ହେବାର କିଛି ବର୍ଷ ପରେ ଜାଣିଲେ ଯେ, ସେ ନାରୀ ନୁହେଁ ପୁରୁଷ। ତେଣୁ, ସେ ଜଣେ ପୁରୁଷ ଭାବେ ଚଳପ୍ରଚଳ କଲେ। ନିଜର ୪୭ତମ ଜନ୍ମଦିନରେ ସେ ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇଲେ।

ବିବାହ ପୂର୍ବରୁ ନିଜ ପରିସ୍ଥିତି ସଂକ୍ରାନ୍ତରେ ବର୍ଣ୍ଣନା କରି ଦୁହେଁ ଇନ୍ଦୋର ଉପଜିଲ୍ଲାପାଳ ରୋଶନ୍‌ ରାୟଙ୍କ ନିକଟକୁ ଦରଖାସ୍ତ ପଠାଇଥିଲେ। ଜିଲ୍ଲାପାଳଙ୍କଦ୍ବାରା ଯାଞ୍ଚ କରାଯିବା ପରେ ସେମାନଙ୍କ ଦରଖାସ୍ତ ଗୃହୀତ ହୋଇଥିଲା ଏବଂ ଉଭୟ ପକ୍ଷଙ୍କୁ ସୂଚନା ଦିଆଯାଇଥିଲା।

ଗୁରୁବାର ଦିନ ଦୁଇ ପକ୍ଷରୁ ୨ଜଣ ସାକ୍ଷୀ ଓ ଜଣେ ମିଳିତ ସାକ୍ଷୀଙ୍କ ଉପସ୍ଥିତିରେ ଅସ୍ତିତ୍ବ ଓ ଆସ୍ଥା ପରିବାର ଅଦାଲତରୁ ସେମାନଙ୍କ ବିବାହ ପ୍ରମାଣପତ୍ର ଗ୍ରହଣ କରିଛନ୍ତି।

ବିବାହ କରିଥିବାରୁ ଅସ୍ତିତ୍ବ ଓ ଆସ୍ଥା ଆନନ୍ଦ ବ୍ୟକ୍ତ କରିଛନ୍ତି। ଆସ୍ଥା କହିଛନ୍ତି ଯେ, ପରସ୍ପର ମଧ୍ୟରେ ବୁଝାମଣା କରିବା ପରେ ବିବାହ କରିବା ଲାଗି ଦୁହେଁ ନିଷ୍ପତ୍ତି ଗ୍ରହଣ କରିଥିଲେ। ସମ୍ପର୍କ ତିଷ୍ଠି ରହିବ କି, ନାହିଁ ପରୀକ୍ଷା କରିବା ଲାଗି ବିବାହ ପୂର୍ବରୁ ଦୁହେଁ ପରସ୍ପର ସହିତ କେତେ ମାସ ଏକତ୍ର ଅତିବାହିତ କରିଥିଲେ।

ଆସ୍ଥା କହିଛନ୍ତି, ଅସ୍ତିତ୍ବଙ୍କ ଭଉଣୀ ମୋ ସାଙ୍ଗ ହୋଇଥିବାରୁ ମୁଁ ତାଙ୍କୁ (ଅସ୍ତିତ୍ବ) ପ୍ରଥମେ ତାଙ୍କ ଘରେ ଦେଖିଥିଲି। ଭଲମନ୍ଦ ପଚରାପଚରି ହେଉ ହେଉ କିଛି ଦିନ ପରେ ଆମ ସମ୍ପର୍କ ନିବିଡ଼ ହୋଇଗଲା। ପରି‌ଶେଷରେ ଦୁହେଁ ଦୁହିଁଙ୍କୁ ପ୍ରେମ କଲୁ। ଆମ ଦୁହିଁଙ୍କ ପରିବାର ସମ୍ମତିରେ ବିବାହ ବ୍ୟବସ୍ଥା କରାଗଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking