36 C
Bhubaneswar
Monday, June 29, 2026
Homeଦେଶ ବିଦେଶ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କିମ ଜଙ୍ଗ ଉନ୍

୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲେ କିମ ଜଙ୍ଗ ଉନ୍

ଉତ୍ତର କୋରିଆ: ବନ୍ୟା ମୁକାବିଲାରେ ଅଧିକାରୀମାନେ ବିଫଳ ହୋଇଥିବାରୁ ମିଳିଲା ମୃତ୍ୟୁଦଣ୍ଡ। ଉତ୍ତର କୋରିଆରେ  ଏକା ସାଙ୍ଗରେ ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଫଳରେ ପୁଣି ଚର୍ଚ୍ଚରେ କିମ ଜଙ୍ଗ ଉନ୍। ପ୍ରତ୍ୟେକ ଦେଶରେ ଗୁରୁତର ଅପରାଧ ପରେ ମୃତ୍ୟୁଦଣ୍ଡ ବା ଫାଶୀଦଣ୍ଡର ବ୍ୟବସ୍ଥା ରହିଛି। ଅନେକ ଦେଶ ମଧ୍ୟ ଏହି ବ୍ୟବସ୍ଥା ଉପରେ ରୋକ୍ ଲଗାଇଛନ୍ତି। କିନ୍ତୁ ଉତ୍ତର କୋରିଆ ଏକା ସାଙ୍ଗରେ ୩୦ ଜଣ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ନେଇ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ନିକଟରେ ଉତ୍ତର କୋରିଆରେ ଏକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିସହ ଭୂସ୍ଖଳନ ମଧ୍ୟ ହୋଇଥିଲେ। ଏଥିରେ ଏକ ହଜାର ଲୋକଙ୍କ ମୃତ୍ୟୁ ଘଟି ଥିବାବେଳେ ୪ ହଜାରରୁ ଅଧିକ ଘର ଭାଙ୍ଗି ଯାଇଥିଲା ଏବଂ ୧୫ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଥିଲେ। ଏଥିପାଇଁ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନ୍ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଦାୟୀ କରିଥିଲେ। ସେମାନେ ବନ୍ୟା ରୋକିବାରେ ଅସମର୍ଥ ହେବାରୁ ଦେଶରେ ଏତେ ବଡ଼ କ୍ଷୟକ୍ଷତି ହେଲା ବୋଲି କିମ ଜୋଙ୍ଗ ଉନ୍ କହିଥିଲେ। ଏଥିପାଇଁ ସେମାନଙ୍କ ଉପରେ ଜେଲ୍ ଦଣ୍ଡ କି ଜରିମାନା ନୁହେଁ, ସିଧାସଳଖ ମୃତ୍ୟୁଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking