20.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଉର୍ଦ୍ଧୁ ଭାଷା ଜାଣିନଥିବାରୁ ଯୁବକଙ୍କୁ ହତ୍ୟା!

ଉର୍ଦ୍ଧୁ ଭାଷା ଜାଣିନଥିବାରୁ ଯୁବକଙ୍କୁ ହତ୍ୟା!

କର୍ଣ୍ଣାଟକ: ନିକଟରେ କର୍ଣ୍ଣାଟକରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଜୋର ଧରିଛି ରାଜନୀତି । ଘଟଣାକୁ ନେଇ ରାଜ୍ୟ ଗୃହମନ୍ତ୍ରୀ ଅରାଗା ଜାନେନ୍ଦ୍ର କହିଛନ୍ତି ୨୨ ବର୍ଷୀୟ ଯୁବକଙ୍କୁ ହତ୍ୟା କରିବା କାରଣ ସେ ଉର୍ଦ୍ଧୁ ଭାଷା ଜାଣି ନ ଥିଲେ । ମୁଁ ଚନ୍ଦ୍ରୁଙ୍କ ହତ୍ୟା ସମ୍ପର୍କରେ ସୂଚନା ସଂଗ୍ରହ କରିଛି । ତାଙ୍କୁ ଉର୍ଦ୍ଧୁ ଭାଷାରେ କହିବାକୁ କୁହାଯାଇଥିଲା, ସେ ଜାଣି ନଥିଲେ, ଯେତେବେଳେ ସେ କହିଥିଲେ ଯେ ସେ କନ୍ନଡ ବ୍ୟତୀତ ଅନ୍ୟ ଭାଷା ଜାଣନ୍ତି ନାହିଁ ସେମାନେ ତାଙ୍କୁ ଛୁରୀରେ ନିର୍ମମ ଭାବରେ ହତ୍ୟା କରିଥିବା କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ । ମାଲେଶ୍ୱରାମର ଜଗନ୍ନାଥ ଭବନରେ ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ସେ ଆହୁରି କହିଛନ୍ତି, ଦଳିତଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କରାଯାଉଛି ଏବଂ ଏହି ଘଟଣାରେ କିଛି ଲୋକଙ୍କୁ ଗିରଫ କରାଯାଇଛି । ବାଙ୍ଗାଲୁରୁ ପୋଲିସ କମିଶନର କମଳ ପଣ୍ଟ ମନ୍ତ୍ରୀଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ହତ୍ୟାକାଣ୍ଡ ରାସ୍ତାରୋକ ପାଇଁ ହୋଇଛି । ଏପ୍ରିଲ ୪ ତାରିଖ ମଧ୍ୟରାତ୍ରିରେ ପ୍ରାୟ ୨ଟା ୩୦ରେ ସିମୋନ ରାଜ ଏବଂ ଚନ୍ଦ୍ରୁ ଉଭୟ ବନ୍ଧୁ ଏକ ଭୋଜନାଳୟକୁ ଯାଇଥିଲେ । ଦୋକାନ ବନ୍ଦ ଥିବାରୁ ସେମାନେ ଫେରୁଥିଲେ । ଏହି ସମୟରେ ଆଉ ଏକ ବାଇକ ସହ ତାଙ୍କର ଦୁର୍ଘଟଣା ହୋଇଥିଲା । ତାଙ୍କୁ ହସ୍ପିଟାଲ ନିଆଯାଇଥିଲା ଏହି ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଅଭିଯୁକ୍ତ ଗିରଫ ହୋଇଥିବା କହିଛନ୍ତି କମଳ ପଣ୍ଟ ।

ଏହି ସୂଚନାକୁ ଭୁଲ ବୋଲି କହିଛନ୍ତି ଅରାଗା ଜାନେନ୍ଦ୍ର । ଘଟଣାର ସମସ୍ତ ରିପୋର୍ଟ ସଂଗ୍ରହ କରିଥିବା କହିଛନ୍ତି ଜାନେନ୍ଦ୍ର । ଭାଷାଜନିତ ସମସ୍ୟା ପାଇଁ ଏହି ହତ୍ୟାକାଣ୍ଡ ଘଟିଛି ଏହା ଆଦୌ ଠିକ ନୁହେଁ ବୋଲି କହିଛନ୍ତି ଅରାଗା ଜାନେନ୍ଦ୍ର । ବୁଧବାର ନୂଆଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇ କହିଛନ୍ତି ଯେ ଗୃହମନ୍ତ୍ରୀ ଅରାଗା ଜାନେନ୍ଦ୍ରଙ୍କ ବିବୃତ୍ତି ବିଷୟରେ ସେ ଅବଗତ ନୁହଁନ୍ତି ଏବଂ ସୂଚନା ମିଳିବା ପରେ ପ୍ରତିକ୍ରିୟା ରଖିବେ । କର୍ଣ୍ଣାଟକର ଉଚ୍ଚଶିକ୍ଷା ମନ୍ତ୍ରୀ ଜାନେନ୍ଦ୍ରଙ୍କ ସପକ୍ଷରେ ଗୃହମନ୍ତ୍ରୀ ପ୍ରାଥମିକ ସୂଚନା ଉପରେ ଏହି ବିବୃତ୍ତି ଦେଇଛନ୍ତି ।

ଏହା କାହାରି ବିରୁଦ୍ଧରେ ନୁହେଁ । ଭାଷା ଓ ଧର୍ମ ନାମରେ ଏପରି ଘଟଣା ଘଟିବା ଉଚିତ ଅନୁଚିତ ବୋଲି କହିଛନ୍ତି ଅଶ୍ୱାଥ ନାରାୟଣ । ଅନ୍ୟପଟେ ଜାନେନ୍ଦ୍ରଙ୍କ ବିବୃତ୍ତିକୁ ଟାର୍ଗେଟ କରି ବିରୋଧୀ ଦଳ ତଥା କଂଗ୍ରେସ ନେତା ସିଦାରାମାଇ କହିଛନ୍ତ ଏହା ଦୁର୍ଭାଗ୍ୟଜନକ ଯେ ସେ ରାଜ୍ୟ ଗୃହମନ୍ତ୍ରୀ ସେ କ୍ଷମତାରେ ରହିବାକୁ ଅଯୋଗ୍ୟ । ଗୃହରେ ମନ୍ତ୍ରୀଙ୍କ ବିବୃତ୍ତି ରାଜ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଆଘାତ ପହଞ୍ଚାଉଛି । ଶାସକ ଦଳ ଏହି ହତ୍ୟାକାଣ୍ଡକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି ଜେଡିଏସ ନେତା ଏଚଡି କୁମାରସ୍ୱାମୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking