29.1 C
Bhubaneswar
Saturday, May 4, 2024
Homeଅପରାଧଅପହରଣର ନାଟକ ରଚିଲା ନାବାଳାକ, ଶେଷରେ କ’ଣ ହେଲା ଜାଣନ୍ତୁ....

ଅପହରଣର ନାଟକ ରଚିଲା ନାବାଳାକ, ଶେଷରେ କ’ଣ ହେଲା ଜାଣନ୍ତୁ….

ଭୋପାଳ : ଭୋପାଳରେ ଜଣେ ୧୨ ବର୍ଷୀୟ ଅଷ୍ଟମ ଶ୍ରେଣୀ ଛାତ୍ର ଅନଲାଇନ୍ ଗେମ ଖେଳିବା ନିଶାହୋଇଯାଇଥିଲା । ସେ ଗେମରେ ମଜ୍ଜି ରହୁଥିଲା । ଅକ୍ଟୋବର ୭ ତାରିଖରେ ଗେମ ଖେଳୁ ଖେଳୁ ହଠାତ୍ ନିଜ ପରିବାର ସହ ଗେମ ଖେଳିବା ପାଇଁ ଯୋଜନା କରିଥିଲା । ଦ୍ୱିପ୍ରହର ପରେ ହଠାତ୍ ସେ ଘରୁ ପଳାଇଯାଇଥିଲେ । ଏହା ପରେ ସେ ତାଙ୍କ ବାପାଙ୍କୁ ଏକ ମେସେଜ କରିଥିଲେ ଯେ ତାଙ୍କର ଅପହରଣ ହୋଇଯାଇଛି । ଆଉ ମୋବାଇଲରେ ମେସେଜ ପାଇ ଘରେ ସମସ୍ତେ ବ୍ୟସ୍ତ ହୋଇପଡ଼ିଥିଲେ । ଆଖପାଖରେ ଖୋଜାଖୋଜି କରିବା ପରେ ପରିବାର ଲୋକ ପୋଲିସରେ ଖବର ଦେଇଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ତଦନ୍ତ କରିବା ଆରମ୍ଭ କରିଦେଇଥିଲା । ଭୋପାଲ ଏସପି ସାଇ ଥୋଟା ପରିବାରଠାରୁ ପିଲାର ନମ୍ବର ନେଇଥିଲେ ଏବଂ ମେସେଜ କରିଥିଲେ । ଏସପି ପରିଚୟ ଅଜଣା ଦେଖି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିବା ସହ ବନ୍ଧୁତା କରିଥିଲେ । କଥାବାର୍ତ୍ତାରେ ଏସପି ପିଲାଠାରୁ ତାର ଲୋକେସନ ଜାଣିନେଇଥିଲେ । ଏହି ସମୟ ମଧ୍ୟରେ ସେ ନୀମଚ ପହଞ୍ଚିଯାଇଥିଲେ । ପୋଲିସ ସେଠାକାର ରେଲୱେ ପୋଲିସକୁ ସୂଚନା ଦେବା ସହ ପିଲାକୁ ଧରିଥିଲେ । ମନୋବଜ୍ଞାନିକ ଚିକିତ୍ସକ ଡ.ସୁମିତ ରାୟ କହିଛନ୍ତି ଏହିଭଳି ଅନଲାଇନରେ ଡୁବି ରହୁଥିବା ପିଲା ତଥା ଲୋକଙ୍କୁ ବାସ୍ତବିକ ଦୁନିଆଠାରୁ ଦୂରେଇ ରୁହନ୍ତି । ୱାର୍ଲ୍ଡ ହେଲ୍ଥ ଅର୍ଗାନାଇଜେସନ ନିକଟରେ ଏହିଭଳି ଅନଲାଇନ ଗେମିଙ୍ଗ କରିବାକୁ ମାନସିକ ରୋଗ ବୋଲି କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking