30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଏହି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବ କେନ୍ଦ୍ର

ଏହି ସରକାରୀ କର୍ମଚାରୀଙ୍କୁ ପଦୋନ୍ନତି ଦେବ କେନ୍ଦ୍ର

ନୂଆଦିଲ୍ଲୀ: ପାର୍ବଣ ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସିଖବର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥର କେନ୍ଦ୍ରୀୟ କର୍ମଚାରୀଙ୍କ ଭହଙ୍ଗା ଭତ୍ତା ବୃଦ୍ଧି ସହିତ କିଛି କର୍ମଚାରୀଙ୍କ ପଦୋନ୍ନତି ଘୋଷଣା କରିବାକୁ ଯାଉଛନ୍ତି ସରକାର । କୁହାଯାଉଛି ଯେ, କିଛି କେନ୍ଦ୍ରୀୟ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ପ୍ରମୋସନର ଆଗ୍ରହକୁ ସରକାର ଗ୍ରହଣ କରିଛନ୍ତି । ସରକାରୀଙ୍କ ନିର୍ଦ୍ଦେଶ ମୁତାବକ, ଭାରତୀୟ ରେଳ ବିଭାଗର ଅଧିକାରୀଙ୍କୁ ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ ପଦୋନ୍ନତି କରାଯାଇଛି । ପଦୋନ୍ନତି ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ୨୫,୩୫୦ ରୁ ୨୯,୫୦୦ ଟଙ୍କାକୁ ବୃଦ୍ଧି ପାଇବ । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଚଳିତ ବର୍ଷ ରେଳ ବୋର୍ଡ ସଚିବାଳୟ ସେବା, ରେଳ ବୋର୍ଡ ସଚିବାଳୟ ଷ୍ଟେନୋଗ୍ରାଫର ସେବା ଅଧିକାରୀଙ୍କ ପଦୋନ୍ନତି ହେବାର ଥିଲା । ଏହି ଅଧିକାରୀମାନଙ୍କୁ ଅଣ୍ଡର ସେକ୍ରେଟାରୀ / ଡେପୁଟି ସେକ୍ରେଟାରୀ ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ସହିତ ସେମାନଙ୍କର ଦରମା ମାସକୁ ପ୍ରାୟ ୧୫,୦୦୦ ଟଙ୍କା ବୃଦ୍ଧି ପାଇବ । କୁହାଯାଉଛି ଯେ ଯେଉଁ କର୍ମଚାରୀଙ୍କ ମୌଳିକ ଦରମା ୬୭,୭୦୦ ଟଙ୍କା, ଏବେ ସେମାନଙ୍କ ଦରମା ମାସକୁ ୭୮,୮୦୦ ଟଙ୍କାକୁ ବୃଦ୍ଧି ପାଇବ । ତେବେ ମୌଳିକ ଦରମା ବୃଦ୍ଧି ସହିତ ମହଙ୍ଗା ଭତ୍ତା, ପରିବହନ ଭତ୍ତା, ଘର ଭଡା ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ବୃଦ୍ଧି ପାଇବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅନୁମୋଦନ ନେବା ପରେ ରେଳ ଅଧିକାରୀଙ୍କ ପଦୋନ୍ନତି ପାଇଁ କେନ୍ଦ୍ର ସରକାରଙ୍କ ପର୍ସନାଲ ବିଭାଗ ଏକ ନିର୍ଦ୍ଦେଶ ଜାରି କରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking