26.1 C
Bhubaneswar
Tuesday, September 17, 2024
Homeଓଡିଶାବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଏତଲା ଗ୍ରହଣ କରୁନି ପୋଲିସ

ବିଧାୟକଙ୍କ ନାଁରେ ଯୌନ ନିର୍ଯାତନା ଏତଲା ଗ୍ରହଣ କରୁନି ପୋଲିସ

ଭୁବନେଶ୍ୱର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ହୋଇଛି । ହେଲେ ଏନେଇ ଥାନାକୁ ଗଲେ ପୋଲିସ୍ ବିଧାୟକଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରୁନାହିଁ । ନବରଙ୍ଗପୁର ଜିଲ୍ଲା ସଭାପତି ମୁନା ତ୍ରିପାଠୀ ଆଣିଛନ୍ତି ଏଭଳି ଗୁରୁତର ଅଭିଯୋଗ । ଭୁବନେଶ୍ୱର ଖଣ୍ଡଗିରି ପୋଲିସ୍ ଶ୍ରୀ ମାଝୀଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରୁନଥିବା ସେ ଦୃଢ଼ ଅଭିଯୋଗ କରିଛନ୍ତି । ଯଦି ଏ ଦିଗରେ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାନଯାଏ, ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯିବ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।
ଅପରପକ୍ଷେ ବିରୋଧୀ ବିଜେପି ପକ୍ଷରୁ ମଧ୍ୟ ଘଟଣାକୁ କଡ଼ା ନିନ୍ଦା କରାଯାଇଛି । ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଏହି ଘଟଣାକୁ ତୀବ୍ର ସମାଲୋଚନା କରିବା ସହ ବିଧାୟକ ଶ୍ରୀ ମାଝୀଙ୍କ ଇସ୍ତଫା ଦାବି କରିଛନ୍ତି । ଏହାସହ ତୁରନ୍ତ ତାଙ୍କୁ ଗିରଫ କରାଯିବା ଦାବିରେ ବିଜେପି ପକ୍ଷରୁ ଶ୍ରୀ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଅପରପକ୍ଷେ ବିଧାୟକ ଶ୍ରୀ ମାଝୀଙ୍କର ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking