କର୍ଣ୍ଣାଟକ: ରାଜସ୍ଥାନର ଅଲବର ପରେ ଏବେ ପୁଣି ଥରେ ଗଣଦୁଷ୍କର୍ମ ହୋଇଛି କର୍ଣ୍ଣାଟକରେ। ତାହା ପୁଣି ପ୍ରେମିକ ସାମ୍ନାରେ। ଛାତି ଦୋହଲାଇ ଦେଲା ଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକର ମୈସୁରଠାରେ। ପ୍ରେମିକ ସାମ୍ନାରେ ଜଣେ କି ଦୁଇ ଜଣ ନୁହେଁ ଏକା ସମୟରେ ଛଅ ଜଣ ମିଶି ନିଜ ପ୍ରେମିକାକୁ କରିଛନ୍ତି ଦୁଷ୍କର୍ମ।
ରାତି ପ୍ରାୟ ୧୦ଟା। ବିବାହ ପାଇଁ ଉଭୟ ପୁଅ ଝିଅ କିଣାକିଣି ସାରି ବଜାର ଫେରୁଥିଲେ। ଫେରୁଥିବା ସମୟରେ ୬ଜଣ ଯୁବକ ଆସି ପୁଅ ଝିଅଙ୍କୁ ଧରିଥିଲେ। ପ୍ରଥମେ ପ୍ରେମିକକୁ ମାରି ମାରି ଅଚେତ କରି ଦିଆଯାଇଥିଲା। ତାପରେ ପ୍ରେମିକାକୁ କରିଥିଲେ ଦୁଷ୍କର୍ମ। ତାହା ପୁଣି ୩ଘଣ୍ଟା ଧରି ଏଭଳି ଦୁଷ୍କର୍ମ କରିଚାଲିଥିଲେ। ପୀଡ଼ିତା ଜଣକ ବାରମ୍ବାର ବାରମ୍ବାର ଚିତ୍କାର କରି ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା। କିନ୍ତୁ ଅଭିଯୁକ୍ତଙ୍କ କବଳରୁ ବର୍ତ୍ତି ପାରିନଥିଲା। ଶେଷରେ ଦୁଷ୍କର୍ମ କରିବା ପରେ ପୀଡ଼ିତାକୁ ମଧ୍ୟ ମାରି ମାରି ଅଚେତ କରି ଦେଇଥିଲେ। ସେହି ଅବସ୍ଥାରେ ଅଭିଯୁକ୍ତ ମିଶି ପୀଡ଼ିତାର ୬ଟି ଭିଡ଼ିଓ ମଧ୍ୟ ତିଆରି କରିଥିଲେ। ତାପରେ ଉଭୟ ପ୍ରେମିକ ପ୍ରେମିକାକୁ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରି ନିଜେ ଫେରାର ହୋଇଯାଇଛନ୍ତି। ଏନେଇ ପୁଲିସକୁ ମଧ୍ୟ ଖବର ଦିଆଯାଇଛି।
ବର୍ତ୍ତମାନ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଟିମ୍ ପକ୍ଷରୁ ୩ଟି ଟିମ୍ ଗଠନ କରାଯାଇଛି। ଯଥାଶୀଘ୍ର ପୁଲିସ ଅଭିଯୁକ୍ତଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।