29.1 C
Bhubaneswar
Sunday, May 19, 2024
Homeଓଡିଶାବନ୍ୟଯନ୍ତୁ ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଘଟଣା,ହାରିଗଲା ପ୍ରେମ, ବାରାହା ଢୁଡୁ ଏବେ...

ବନ୍ୟଯନ୍ତୁ ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଘଟଣା,ହାରିଗଲା ପ୍ରେମ, ବାରାହା ଢୁଡୁ ଏବେ ନିଖୋଜ

ତେଲକୋଇ(ଅକ୍ଷୟ ପ୍ରଧାନ): ଦିନେ ବନ୍ୟଯନ୍ତୁ ବାରାହା ଓ ମଣିଷ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଘଟଣା ସାରା ରାଜ୍ୟ ରେ ଚର୍ଚ୍ଚା ହୋଇଥଲା । ଆଉ ଏବେ ତାହା ନୂଆ ମୋଡ ନେଇଛି ।ହାରିଯାଇଛି ଅନାବିଳ ପ୍ରେମ ଆଉ ନିଖୋଜ ହୋଇ ଯାଇଛି ବାରାହା ଧୁଡ । ଜଙ୍ଗଲ ରୁ ବାରାହା ଧୁଡ ଫେରିବା ର ୨୯ ଦିନପରେ ନିଖୋଜ ହୋଇଯାଇଥିବା ଧୁଡୁ ର ପାଳିତା ପ୍ରକାଶ କରିଛନ୍ତି ।ଧୁଡୁ ର ସୁରକ୍ଷା କୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳ ବାସୀ । ସୂଚନାଯୋଗ୍ୟ ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟ ର ପୁରୁଷୋତ୍ତମ ଗାଁର କୁନ୍ତଳା ପେଣ୍ଠେଇ ୨ ବର୍ଷ ତଳେ ଜାଳେଣି କାଠ ସଂଗ୍ରହ କରିବା ପାଇଁ ଗାଁ ନିକଟ ଜଙ୍ଗଲକୁ ଯାଇଥିବା ବେଳେ ଗୋଟିଏ ବାରାହା ଶାବକ ଏକା ଏକା ମାକୁ ଖୋଜୁଥିବା କୁନ୍ତଳା ଦେଖିବାକୁ ପାଇଥିଲେ ।ପାଖରେ ବାରାହା ପଲ କୁ ଖୋଜାଖୋଜି କରିଥିଲେ ମଧ୍ୟ କୁନ୍ତଳା ନ ପାଇବାରୁ ସେହି ବାରାହା ଶାବକ କୁ ଘରକୁ ନେଇ ଆସିଥିଲେ ।ଏବଂ ମାର ସେହ୍ନ ଦେଇ ନିଜ ପିଲା ପରି ପାଳିଥିଲେ କୁନ୍ତଳା ଏ ପରି ଭାବରେ ବାରାହା ଶାବକ କୁ ପାଳିଥିଲେ ଯେ କୋଳ ରେ ଧରି ବାରାହା ଶାବକ କୁ ଲରି ଗୀତ ଗାଈ ଶୁଆଇ ଦେଉଥିଲେ ।ବାରାହା ଶାବକଟି କୁନ୍ତଳା ଙ୍କ ଠାରୁ ମାର ସେହ୍ନ ପାଇ ବଡ ହୋଇଥିଲା ।ତେବେ ବନ୍ୟଯନ୍ତୁ ଘରେ ରଖିବା ସରକାରୀ ନିୟମ ଅନୁସାରେ ଅପରାଧ ଅଟେ ।ଗ୍ରାମବାସୀ ଙ୍କ ଅଭିଯୋଗ ପରେ ବନବିଭାଗ ମାର୍ଚ୍ଚ ୯ ତାରିଖରେ କୁନ୍ତଳା ଙ୍କ ଠାରୁ ବାରାହା କୁ ଆଣି ତେଲକୋଇ ନିକଟସ୍ଥ କମଳାଙ୍ଗ ଗାଁ ନିକଟ ଜଙ୍ଗଲ ରେ ଛାଡି ଦେଇଥିଲେ ।ଏବଂ ମହିଳା ଜଣଙ୍କୁ ଜଙ୍ଗଲ ଆଇନ ବିଷୟରେ ବୁଝାଇଥିଲେ ।ହେଲେ ମହିଳା ଜଣଙ୍କ ର ମନ ବୁଝୁନଥିଲା ।ସେ ପ୍ରତିଦିନ ଗାଁ ନିକଟ ଜଙ୍ଗଲରେ ବାରାହା ପାଇଁ ଭାତଧରି ବୁଲୁଥିଲେ ଏବଂ ବାରାହା ର ନାଁ ଧୁଡୁ ବୋଲି ଡାକୁଥିଲେ ।ମହିଳା ଙ୍କ ବିଶ୍ବାସ ସେ ଭୋକରେ ଥିବ କିଛି ଖାଇ ନଥିବ ।ଏବଂ ମୋ ଡାକ ଶୁଣି ସେ ଆସିବ ମୁଁ ତାକୁ ଘରକୁ ନେଇଯିବି ତାର ଯତ୍ନ ନେବି ।ନିଜ ପିଲା କଥା ଜଣେ ମା ହିଁ ବୁଝି ପାରେ ।ଇଏ ହେଉଛି ଦୁନିଆଁ ର ସବୁଠାରୁ ବଡ କଥା । କୁନ୍ତଳା ଙ୍କ ପରିବାର ତରଫରୁ କମଳାଙ୍ଗ ଜଙ୍ଗଲକୁ ଯାଇ ଧୁଡୁ ଖୋଜାଖୋଜି କରି ଡାକିଥିଲେ ।ଡାକିବା ପରେ ଧୁଡୁ ପାଖକୁ ଆସିଥିଲା ।ଏବଂ ସେମାନେ ତାକୁ ଘରକୁ ନେଇ ଆସିଥିଲେ ସେହିଦିନ ଠାରୁ ପରିବାର ସହିତ ଧୁଡୁ କୁନ୍ତଳା ଙ୍କ ଘରେ ରହିଥିଲା ।ଜଙ୍ଗଲ ରେ ଥିବାବେଳେ ବାରାହା ଧୁଡୁ ସାମାନ୍ୟ ଆହାତ ଥିବାରୁ ବନବିଭାଗ ପକ୍ଷରୁ ତେଲକୋଇ ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତ ରେ ବନ୍ୟପ୍ରାଣୀ ଚିକିତ୍ସକ ବନ୍ଦିତା ମିଶ୍ର ଚିକିତ୍ସା କରିଥିଲେ।ସାମାନ୍ୟ ଆହାତ ଥିବା ବନ୍ୟପ୍ରାଣି ଚିକିତ୍ସକ କହିଥିଲେ ।ଚିକିତ୍ସା ପରେ ସୁସ୍ଥ ହୋଇ
ଧୁଡୁ ଗାଁ ର ସବୁଆଡେ ବୁଲାବୁଲି କରୁଥିଲା ।ତେବେ ସୁସ୍ଥ ହେବାର ପ୍ରାୟ ମାସେ ସମୟ ବିତିଯାଇଥିଲେ ମଧ୍ୟ ବାରାହା ଧୁଡକୁ ବନ ବିଭାଗ ସୁରକ୍ଷିତ ଭାବେ ନନ୍ଦନକାନନ କିମ୍ବା ଅନ୍ୟ କୌଣସି ଜଙ୍ଗଲ ରେ ଛାଡ଼ି ନଥିଲା ।ଯାହାକୁ ନେଇ ବନ ବିଭାଗ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଚି ।କୁନ୍ତଳା ଙ୍କ ଅଭିଯୋଗ ଅନୁସାରେ ବାରାହା
ଧୁଡୁ କୁ କିଏ ମାରି ଖାଇ ଦେଇଛି ।ତେବେ ଧୁଡୁ ର ନିଖୋଜ ଏବେ ବିଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।ଧୁଡୁ କୁ ବିକ୍ରି କରାଯାଇଛି କି , ତାକୁ କିଏ ମାରି ଖାଇ ଦେଇଛି କି,କିମ୍ବା ସତରେ ଧୁଡ ଜଙ୍ଗଲ କୁ ପଳାଇଛି । ଏ ସବୁ ଦିଗ ଏବେ ତଦନ୍ତ ପରିସର କୁ ଆସୁଛି । କିନ୍ତୁ ଏଘଟଣା ଏବେ ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।ଏ ଘଟଣାରେ ବନବିଭାଗ ସମ ପରିମାଣରେ ଦାୟୀ ବୋଲି ଲୋକେ ଅଭିଯୋଗ କରିଛନ୍ତି ।ସୁସ୍ଥ ହେବା ପରେ ବନବିଭାଗ କାହିଁକି ଧୁଡୁ କୁ ନିଜ ହେପାଜତକୁ ନେଲା ନାହିଁ ତାହା ଏବେ ବନ ବିଭାଗ ର କର୍ଯ୍ୟ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।ଧୁଡୁ ନିଖୋଜ ହେବା ସମ୍ପର୍କରେ ବନବିଭାଗ କ୍ୟାମେରା ସାମନାରେ ମୁହଁ ଖୋଲିବାକୁ ନାରାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking