38.1 C
Bhubaneswar
Friday, April 26, 2024
Homeଓଡିଶାକେନ୍ଦ୍ରାପଡ଼ାରେ କିନ୍ନର ବିବାହ: ଯୁବକ ବରଣମାଳା ଦେଲେ ଯୁବକଙ୍କୁ

କେନ୍ଦ୍ରାପଡ଼ାରେ କିନ୍ନର ବିବାହ: ଯୁବକ ବରଣମାଳା ଦେଲେ ଯୁବକଙ୍କୁ

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ କିନ୍ନର ବିବାହ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡ଼ା ସଦର ଥାନା ନିକଟରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ପ୍ରଭୁ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଏହି ଯୁବକ ଦୁଇ ଜଣ ପରସ୍ପରର ହାତ ଧରି ଜୀବନସାଥୀ ପାଲଟିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଖଣ୍ଡେଇପଡ଼ା ଗାଁର କାହ୍ନୁ ଚରଣ ନାୟକ ଓରଫ ପପୁ ଓ ମହାକଳପଡ଼ା ବ୍ଲକ ଅନ୍ତର୍ଗତ ଲାଞ୍‌ୁଡ଼ା ଗାଁର ସମୀର ମଳିକ ଓରଫ କଣ୍ଢେଇ ସଦରଥାନା ନିକଟସ୍ଥ ଜଗନ୍ନାଥ ମନ୍ଦିରରେ ପରସ୍ପର ବେକରେ ବରଣମାଳା ଦେଇ ସାତ ଜନ୍ମର ସାଥୀ ପାଲଟିଛନ୍ତି । ଏହି ଖବର ପାଇ ବଳଦେବଜୀଉ କିନ୍ନର ସଂଘର ସଦସ୍ୟାମାନେ ଏଠାରେ ପହଂଚି ପପୁ ଓ କଣ୍ଢେଇଙ୍କୁ ବର ଓ କନ୍ୟା ବେଶରେ ସଜାଇ ଦେଇଥିଲେ ଓ ବିବାହ ପରେ ବିବାହକୁ ସ୍ୱୀକୃତି ପ୍ରଦାନ କରିଥିଲେ । ବର ପପୁ ବରମୁକୁଟ ପିନ୍ଧିବା ସହ ଗଜରାମାଳ ବେକରେ ପକାଇ ବର ବେଶରେ ସଜ୍ଜିତ ହୋଇଥିବା ବେଳେ କଣ୍ଢେଇ ମୁଣ୍ଡରେ ମୁକୁଟ, ପାଦରେ ଅଳତା, ମଥାରେ କୁଙ୍କୁମ ନାଇ ଓ ବେକରେ ଗଜରା ମ।।ଳ ପକାଇ କନ୍ୟା ବେଶରେ ସଜ୍ଜିତ ହୋଇଥିଲେ । ପପୁ ଓ କଣ୍ଢେଇ ଦୀର୍ଘ ଦିନ ହେଲା ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରି ପେଟ ପୋଷୁଥିଲେ । ଏମାନଙ୍କର ଦେଖା ହେବା ପରେ ଦୁହେଁ ପରସ୍ପରକୁ ଭଲପାଇ ବସିଥିଲେ ଓ ସମ୍ପର୍କ ଘନିଷ୍ଠ ହେବା ପରେ ଦୁହେଁ ଦୁୁହିଁଙ୍କ ଜୀବନ ସାଥୀ ହେବାକୁ ନିଷ୍ପତି ନେଇଥିଲେ । କିନ୍ତୁ ହଠାତ୍ କରୋନା ଯୋଗୁ ସବୁ ଆଡ଼େ କାମଧନ୍ଦା ବନ୍ଦ ହୋଇଯିବାରୁ ପପୁ ଓ କଣ୍ଢେଇ ଓଡ଼ିଶା ଫେରିବାକୁ ବାଧ୍ୟ ହୋଇଥିଲେ । ପପୁ କଣ୍ଢେଇଙ୍କ ସମ୍ପର୍କ ବିଷୟରେ ପପୁଙ୍କ ପରିବାର ଲୋକେ ଜାଣିବା ପରେ କଥାକୁ ସହଜରେ ଗ୍ରହଣ କରିପାରି ନଥିଲେ । ପପୁଙ୍କୁ ବୁଝାସୁଝା କରି କଣ୍ଢେଇ ଠାରୁ ଦୂରେଇ ରଖିବାକୁ ଚେଷ୍ଟ କରିଥିଲେ ।

କିନ୍ତୁ ପପୁ ପରିବାର ଲୋକଙ୍କ କଥାକୁ ଫାଙ୍କି ଦେବା ସହ କଣ୍ଢେଇ କିନ୍ନରକୁ ବିବାହ କରିବାକୁ ନିଷ୍ପତି କରିଥିବା ସଫା ସଫା ଜଣାଇଦେଇ ଗାଁ ଛାଡ଼ି ସଦର ଥାନା ଅଂଚଳରେ କଣ୍ଢେଇ ସହ ରହିଲା । ପପୁଙ୍କ ପରିବାର ଲୋକେ ଏ କଥା ଜାଣିବା ପରେ ସଦର ଥାନାରେ ପହଂଚି ଅଭିଯୋଗ କରିବା ପରେ ପୁଲିସ ଉଭୟଙ୍କୁ ଥାନାକୁ ଡାକି ବୁଝାସୁଝା କରିଥିଲେ । କିନ୍ତୁ ପପୁ ଓ କଣ୍ଢେଇ ପରସ୍ପରକୁ ବିବାହ କରିବାକୁ ସ୍ପଷ୍ଟ ଭାବେ ଥାନରେ କହିଥିଲେ । ଉଭୟ ସାବାଳକ ହୋଇଥିବାରୁ ତାଙ୍କ କଥାକୁ ପୁଲିସ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା । ଶେଷରେ ପୁଲିସ ଉଭୟଙ୍କୁ ସୋମବାର ରାତିରେ ଶ୍ୟାମସୁନ୍ଦରପୁର ଛକ ନିକଟସ୍ଥ ଜଗନ୍ନାଥ ମନ୍ଦିରକୁ ନେଇ ବିବାହ ସମ୍ପନ୍ନ କରାଇଥିଲା । କଣ୍ଢେଇଙ୍କ ପକ୍ଷରୁ ବଳଦେବଜୀଉ କିନ୍ନର ସଂଘର ସଦସ୍ୟାମାନେ ଯୋଗ ଦେଇ ବିବାହକୁ ସ୍ୱିକୃତି ଦେଇଛନ୍ତି । ଏହା ପୂର୍ବରୁ ଜିଲ୍ଲାରେ ଦୁଇଟି ସମଲିଙ୍ଗୀ ବିବାହ ହୋଇଛି । ପାଟକୁରା ବ୍ଲକ ଅନ୍ତର୍ଗତ ହୁରାସାହି ଓ ହନ୍ତପଡ଼ା ଗ୍ରାମର ଦୁଇ ଜଣ ଯୁବତୀଙ୍କ ଗତ ମେ ମାସରେ ସମଲିଙ୍ଗୀ ବିବାହ ହୋଇଛି । ସେହିପରି ଗତ ୨୦୧୯ ମସିହାରେ ପଟାମୁଣ୍ଡାଇ ଅଂଚଳର ଜଣେ ଯୁବତୀ ଓ ମହାକଳପଡ଼ା ବ୍ଲକ ଅଂଚଳର ଜଷର ଯୁବତୀଙ୍କ ମଧ୍ୟରେ ସମଲିଙ୍ଗୀ ବିବାହ ହୋଇଥିଲା । ଗତ କିଛି ଦିନ ତଳେ ଏହି ସମଲିଙ୍ଗୀ ଦମ୍ପତୀ ବିବାହ ବାର୍ଷିକ ପାଳନ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking