30.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଜାମିନ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ

ଜାମିନ ଅବଧି ବୃଦ୍ଧି ପାଇଁ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ

ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ଅବଧିକୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ସେ ଆବେଦନ ପତ୍ରରେ ଦର୍ଶାଇଛନ୍ତି । ସ୍କାନ ଏବଂ ଅନ୍ୟାନ୍ୟ ପରୀକ୍ଷା ପାଇଁ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କୁ ୭ ଦିନ ସମୟ ମାଗିଛନ୍ତି । ଏନେଇ ଆମ ଆଦମୀ ପାର୍ଟି ତରଫରୁ ସୂଚନା ଦିଆଯାଇଛି । ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ୫୦ ଦିନ ରହିବା ପରେ ମେ ୧୦ ତାରିଖରେ ତାଙ୍କୁ ମୁକ୍ତ କରାଯାଇଥିଲା । ୨୩ ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ । ଆପ ଦଳର କହିବା ଅନୁଯାୟୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗିରଫ ହେବା ପରେ ତାଙ୍କର ଓଜନ ୭ କିଲୋଗ୍ରାମ ହ୍ରାସ ପାଇଛି ଏବଂ ତାଙ୍କ କିଟୋନ ସ୍ତର ଅଧିକ ରହିଛି । ଯାହା କିଛି ଗୁରୁତର ରୋଗର ସଙ୍କେତ ଦେଇପାରେ । ଡାକ୍ତରମାନେ କେଜ୍ରିୱାଲଙ୍କୁ ପୋଜିଟ୍ରନ୍ ଏମିସନ୍ ଟମୋଗ୍ରାଫି ଏବଂ କମ୍ପ୍ୟୁଟେଡ୍ ଟମୋଗ୍ରାଫି ସ୍କାନ୍ ଏବଂ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ।

ଯେଉଁଥିପାଇଁ କେଜ୍ରିୱାଲ ଅନ୍ତରୀଣ ଜାମିନ ବୃଦ୍ଧି କରିବାକୁ ଚାହୁଁଛନ୍ତି । ଜେଲରୁ ବାହାରିବା ପରେ ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ପ୍ରଚାର କରିଥିଲେ କେଜ୍ରିୱାଲ । ୨୩ ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ ଆସନ୍ତା ୨ ତାରିଖରେ ଆତ୍ମସମର୍ପଣ ହେବାକୁ ନିର୍ଦ୍ଦେଶ ରହିଛି । ଏହାପ ପୂର୍ବରୁ ସେ ଜାମିନ ଅବଧି ବଢାଇବାକୁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି । କେଜ୍ରିୱାଲଙ୍କୁ ୫୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇଥିଲା । ଏଥିସହ ଜାମିନ ଅବଧି ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏବଂ ଦିଲ୍ଲୀ ସଚିବାଳୟକୁ ଯିବାକୁ ବାରଣ କରାଯାଇଥିଲା । ଦିଲ୍ଲୀର ଉପରାଜ୍ୟପାଳଙ୍କ ବିନା ଅନୁମତିରେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା । ଏଥିସହ ମଦ ଦୁର୍ନୀତି ମାମଲାକୁ ନେଇ କୌଣସି ମତ ନଦେବାକୁ ବାରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking