30.1 C
Bhubaneswar
Tuesday, June 18, 2024
Homeଓଡିଶାବିଜେପି-ବିଜେଡ଼ିର ଲଢ଼େଇ ଏକ ପ୍ରାୟୋଜିତର ଏଲଟିସୋ ଛଡ଼ା ଆଉ କିଛି ନୁହେଁ : କଂଗ୍ରେସ

ବିଜେପି-ବିଜେଡ଼ିର ଲଢ଼େଇ ଏକ ପ୍ରାୟୋଜିତର ଏଲଟିସୋ ଛଡ଼ା ଆଉ କିଛି ନୁହେଁ : କଂଗ୍ରେସ

ଭୁବନେଶ୍ୱର: ଓଡ଼ିଆ ଅସ୍ମିତା ଆଜି ଗୁରୁତ୍ୱର ବିପଦରେ ପଡ଼ିଛି କେବଳ ଜଣେ ତାମିଲ ଅଫିସରଙ୍କୁ ସଂପୂର୍ଣ୍ଣ ନିୟନ୍ତ୍ରଣ ଦିଆଯାଇଥିବାରୁ ଏବଂ ଏହି ଅଫିସରଙ୍କୁ ଖୋଲା ଛୁଟି ଦେବାରେ ବିଜେପି ମଧ୍ୟ ସମାନ ଦୋଷୀ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ଭିନ୍ନକ୍ଷମ ବିଭାଗର ଅଧ୍ୟକ୍ଷ ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ୱାଳ କହିଛନ୍ତି । ନବୀନ ସରକାର ଅପେକ୍ଷାକୃତ କନିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ତାଙ୍କର ଅନେକ ସିନିୟରଙ୍କୁ ଅତିକ୍ରମ କରି ସଂପୂର୍ଣ୍ଣ ଅଧିକାର ଦେଇପାରିଛନ୍ତି କାରଣ କେନ୍ଦ୍ରରେ ମୋଦୀ ସରକାର ମଧ୍ୟ ଏହାକୁ କେବଳ ଅନୁମତି ଦେଇନାହାନ୍ତି ବରଂ ଏହାକୁ ମଧ୍ୟ ସୁଗମ କରିଛନ୍ତି । କେନ୍ଦ ଗୃହମନ୍ତ୍ରୀ ଅମିତ ଶାହା ନିଜେହିଁ ଏହି ତାମିଲ ଅଧିକାରୀଙ୍କୁ ତାଙ୍କୁ ସିଧାସଳଖ ଯେତେବେଳେ ଚାହିଁଲେ ସେବେଳେ ଭେଟିବା ପାଇଁ ଖାଲି ଅନୁମତି ଦେଇନଥିଲେ ବରଂ ବିଭିନ୍ନ ହୋଟେଲ ଏବଂ ଅଫିସରେ ତାଙ୍କୁ ବ୍ୟକ୍ତିଗତ ଭାବରେ ବାରମ୍ବାର ସାକ୍ଷାତ କରୁଥିଲେ । ଓଡ଼ିଆ ଅସ୍ମିତାକୁ ଲୁଟ କରିବା ପାଇଁ ସବୁ ପ୍ରକାରର ସାହାଯ୍ୟ ଯୋଗାଇଦେବା ପରେ ଏବେହାର ସୁରକ୍ଷା ନାମରେ ଏହି ନିର୍ବାଚନ ଲଢ଼ୁଥିବା ବିଜେପି ଡବଲ ଷ୍ଟାଣ୍ଡାଡ ଏବଂ ଡବଲିଂକର ଏକ ଉଜ୍ଜଳ ଉଦାହାରଣ ଛଡ଼ା ଆଉ କିଛି ନୁହେଁ ।

ବିଜେପି-ବିଜେଡ଼ିର ଏହି ଲଢ଼େଇ କେବଳ ଓଡିଶାର ଲୋକଙ୍କୁ ଠକି, ପ୍ରତାରଣା କରି ଭୋଟ ନେବା ଏବଂ ପରେ ମିଳିତ ଭାବେ ସେମାନଙ୍କୁ ଆଉ ପାଂଚବର୍ଷ ଲୁଟ କରିବା ପାଇଁ ଚତୁର ଷଡଯନ୍ତ୍ର ଛଡ଼ା ଆଉ କିଛି ନୁହେଁ । ବିଜେପି ଏବଂ ବିଜେଡ଼ି ସର୍ବଦା ଏକାଠି ରହିଥିଲେ, ରହିଛନ୍ତି ଏବଂ ରହିବେ । ଯଦି ଓଡ଼ିଶାର ଲୋକମାନେ ପ୍ରକୃତ ପରିବର୍ତନ ଚାହୁଁଛନ୍ତି ତେବେ ସେମାନେ ଅନୁଭବ କରିବା ଦରକାର ଯେ ରାଜ୍ୟରେ ସେମାନଙ୍କ ପାଇଁ କଂଗ୍ରେସ ହିଁ ହେଉଛି ଏକମାତ୍ର ବିକଳ୍ପ । ଆମର ଭିନ୍ନକ୍ଷମ ସମାଜର ଦୃଷ୍ଟି କୋଣରୁ ମଧ୍ୟ କଂଗ୍ରେସ ହେଉଛି ଏକମାତ୍ର ଦଳ ଯିଏକି ସମାଜର ପଛୁଆ ତଥା ଦଳିତ ବର୍ଗର ସଶକ୍ତ କରଣ ପାଇଁ ପ୍ରକୃତରେ କାର୍ଯ୍ୟକରେ । ଅନ୍ୟଦଳ ଗୁଡ଼ିକରେ କେବଳ ଭୋଟ ପାଇଁ ସେମାନଙ୍କୁ ଶୋଷଣ କରନ୍ତି । ଓଡ଼ିଶାର ଭିନ୍ନକ୍ଷମ ଭୋଟରମାନେ ଏହା ଭୁଲିଯିବା ଉଚିତ ନହେଁ ଯେ ବାରମ୍ବାର ପ୍ରତିଶ୍ରୁତି ସତ୍ୱେ ପୁରୀ ଶ୍ରୀମନ୍ଦିରଙ୍କୁ ଅକ୍ଷମ ଅନୁକୁଳ ଭରିବା କିମ୍ବା ଜଣେ ଯୋଗ୍ୟ ଭିନ୍ନକ୍ଷମକୁ ଭିନ୍ନକ୍ଷମ କମିଶନର ଭାବରେ ନିଯୁକ୍ତି କରିବା କିମ୍ବା ବିପର୍ଯ୍ୟୟ ପରିଚାଳନା ଓଏସଡିଏମଏରେ ଭିନ୍ନକ୍ଷମ ସେଲ ପ୍ରତିଷ୍ଠା କରିବା ପାଇଁ ବିଜେଡ଼ି ସରକାର କୌଣସି ପଦକ୍ଷେପ ଗ୍ରହଣକରି ନାହାନ୍ତି ଏବଂ ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟରେ ଏହା କେବଳ କଂଗ୍ରେସ ଯେଉଁଥିରେ ଭିନ୍ନକ୍ଷମଙ୍କ ପାଇଁ ଏକ ସେଲଅଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ମିଡିଆ ସଂଯୋଜକ ରିତୁ ଚୌଧୁରୀ, ପିସିସି ମୁଖପାତ୍ର ଶୁଭେନ୍ଦୁ ମଲ୍ଲିକ ଓ ସଂଗ୍ରାମ କିଶୋର ମାଝୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking