28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶକେଜରିୱାଲ୍‌ଙ୍କୁ ୭ମ ସମନ୍ ପଠାଇଲା ଇଡି

କେଜରିୱାଲ୍‌ଙ୍କୁ ୭ମ ସମନ୍ ପଠାଇଲା ଇଡି

ନୂଆଦିଲ୍ଲୀ: ଦିଲ୍ଳୀ ଅବକାରୀ ନୀତି ଅନ୍ତର୍ଗତ ହୋଇଥିବା ଦୁର୍ନୀତି ମାମଲାରେ ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କୁ ଆଜି ପୁନର୍ବାର ସମନ୍ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହାକୁ ମିଶାଇ କେଜରିୱାଲ୍‌ଙ୍କୁ ୭ମ ଥର ପାଇଁ ସମନ୍ ଜାରି କରିଛି ଇଡି । ଏଥିରେ ଆସନ୍ତା ୨୬ତାରିଖରେ ହାଜର ହେବା ପାଇଁ ଇଡି ଉଲ୍ଳେଖ କରିଛି । ଏହାପୂର୍ବରୁ ୬ଥର ସମନ୍ ଜାରି କରିସାରିଥିଲେ ମଧ୍ୟ କେଜରିୱାଲ୍ ଇଡି ସମ୍ମୁଖରେ ହାଜର ହୋଇନାହାନ୍ତି । ପ୍ରକାଶ, ଇଡି ଇତି ମଧ୍ୟରେ ରାଉସ୍ ଆଭେନ୍ୟୁ କୋର୍ଟରେ କେଜରିୱାଲ୍‌ଙ୍କ ବିରୋଧରେ ପିଟିସନ୍ ଦାୟର କରିଥିବା ବେଳେ କୋର୍ଟ ଏହି ମାମଲାରେ ଆସନ୍ତା ମାର୍ଚ୍ଚ ୧୬ରେ ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking