27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୁଶୁଡିଲା ସୁନା ଖଣି, ୨୦ ମୃତ

ଭୁଶୁଡିଲା ସୁନା ଖଣି, ୨୦ ମୃତ

ଭେନେଜୁଏଲା: ଭେନେଜୁଏଲାର ବୁଲା ଲୋକା’ ନାମକ ଏକ ସୁନା ଖଣି ଭୁଶୁଡି ପଡ଼ିବା ଫଳରେ ପ୍ରାୟ ୨୦ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ସେହିପରି ୧୬ରୁ ଅଧିକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଗୁରୁବାର ସୁଦ୍ଧା ଖଣି ମଧ୍ୟରୁ ଆଉ କିଛି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏବେବି ଆହୁରି କିଛି ଶ୍ରମିକ ଖଣି ମଧ୍ୟରେ ଫସିରହିଥିବା କୁହାଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ତଥା ଉଦ୍ଧାରକାରୀ ଟିମ୍ ନିୟମିତ କାର୍ଯ୍ୟ ଜାରି ରଖିଛନ୍ତି ।

ରିପୋର୍ଟ ଅନୁସାରେ ମଙ୍ଗଳବାର ଏହି ସୁନା ଖଣିରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ହଠାତ୍ ଅତଡା ଭୁଶୁଡି ପଡିଥିଲା ଏବଂ ଏଥିରେ ୨୦୦ରୁ ଅଧିକ ଖଣି ଶ୍ରମିକ ଚାପି ହୋଇଯାଇଥିଲେ । ତେବେ ଆଗାମୀ ଦିନରେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ନାଗରିକ ସୁରକ୍ଷା ଡେପୁଟି ମନ୍ତ୍ରୀ କାର୍ଲୋସ ପେରେଜ୍ ଏମ୍ପୁଏଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking