28.1 C
Bhubaneswar
Monday, May 13, 2024
Homeଦେଶ ବିଦେଶକେଜ୍ରିଓ୍ୱାଲଙ୍କୁ ହାଇକୋର୍ଟର ବଡ ଝଡକା

କେଜ୍ରିଓ୍ୱାଲଙ୍କୁ ହାଇକୋର୍ଟର ବଡ ଝଡକା

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଝଟ୍‌କା। ନିର୍ବାଚନ ପୂର୍ବରୁ ତାଙ୍କୁ ଗିରଫ କରାନଯାଉ ବୋଲି ଯେଉଁ ଯାଚିକା କେଜ୍ରିୱାଲ କରିଥିଲେ ସେହି ରୋକ ବିପକ୍ଷରେ ରାୟ ଦେଲେ ଦିଲ୍ଲୀ ହାଇକୋର୍ଟ । ଦିଲ୍ଲୀ ମଦ ଦୁର୍ମିତୀ ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଇଡିର ଗିରଫଦାରୀ ଭୟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଯାଚିକା ଦାୟର କରିଥିଲେ । ତାଙ୍କର ଏହି ଯାଚିକା ଉପରେ ଆଜି ଶୁଣାଣୀ କରିଛନ୍ତି ହାଇକୋର୍ଟ । ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ ହାଇକୋର୍ଟରେ କହିଥିଲେ କି ଲୋକସଭା ନିର୍ବାଚନ ପରେ ତାଙ୍କୁ ଗିରଫ କରାଯାଉ । ଅତି କମ୍‌ରେ ତାଙ୍କୁ ନିର୍ବାଚନ ଲଢିବାକୁ ଦିଆଯାଉ । କିନ୍ତୁ ତାଙ୍କ ଯାଚିକାକୁ ଖାରଜ କରିଥିଲେ ମାନ୍ୟବର ହାଇକୋର୍ଟ । ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ବର୍ତ୍ତମାନ ଆମେ ଏଥିପାଇଁ କୌଣସି ସମ୍ମତି ଦେଇପାରିବୁ ନାହିଁ । ଅନ୍ୟପକ୍ଷରେ କୋର୍ଟ ଆଜି ଇଡିକୁ କହିଛନ୍ତି ଯଦି କେଜ୍ରିୱାଲଙ୍କ ବିରୁଦ୍ଧରେ ଆପଣଙ୍କ ପାଖରେ କୌଣସି ଠୋସ୍ ପ୍ରମାଣ ଅଛି ତେବେ ଆପଣ ତାହା ଦେଖାନ୍ତୁ । ଏହାର ଉତ୍ତରରେ ଇଡି କହିଛି ଯାଞ୍ଚ ସମ୍ବନ୍ଧିତ ସାମଗ୍ରୀ ଏପରି କୋର୍ଟରେ ଆମେ ସର୍ବସମ୍ମୁଖରେ ରଖି ପାରିବୁ ନାହିଁ । କୋର୍ଟ କହିଛନ୍ତି ତେବେ ଆପଣ ଏହା କେବଳ ଆମକୁ ଦେଖାନ୍ତୁ । କିନ୍ତୁ ଏହାର ପ୍ରତିଉତ୍ତରରେ ଇଡି କହିଛି ଆମେ ଆଇନ ଆଧାରରେ ହିଁ କାର୍ଯ୍ୟାନୁଷ୍ଠାନ ନେଉଛୁ । ଆଇନ କେଜ୍ରିୱାଲ ଓ ସାଧାରଣ ଜନତାଙ୍କ ଲାଗି ସମାନ ଅଟେ । ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନରୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିବା ପାଇଁ ମନା କରି ଦେଇଛନ୍ତି। ଏଥିସହ ଇଡିର ସମନର ପ୍ରତି ଉତ୍ତରରେ ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ କୋର୍ଟ କହିଛନ୍ତି। କେବଳ ସେତିକି ନୁହେଁ ସମନ ମାମଲାରେ କେଜ୍ରିଓ୍ୱାଲଙ୍କ ବିରୋଧରେ ଥିବା ପ୍ରମାଣକୁ ଇଡିକୁ ହାଇକୋର୍ଟ ମାଗିଥିଲେ। ଇଡି ଅଧିକାରୀମାନେ କେଜ୍ରିଓ୍ୱାଲଙ୍କ ବିରୋଧରେ ଥିବା ପ୍ରମାଣ ମଧ୍ୟ କୋର୍ଟକୁ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଏପ୍ରିଲ ୨୨ ତାରିଖରେ ହେବ। ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏବେ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଇଡି ୯ଥର ସମନ ଜାରି କରିସାରିଲାଣି। ଏ ମାମଲାରେ ପଚରାଉଚରା ପାଇଁ ଆଜି ହାଜର ହେବାକୁ କେଜ୍ରିଓ୍ୱାଲଙ୍କୁ ପୂର୍ବରୁ ଇଡି ସମନ ଜାରି କରିଥିଲା। ଏହି ମାମଲାରେ ପୂର୍ବରୁ ଇଡି ମନୀଷ ସିସୋଦିଆ, ସଞ୍ଜୟ ସିଂହ, ବିଜୟ ନାୟରଙ୍କୁ ଗିରଫ କରିସାରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking