32.1 C
Bhubaneswar
Sunday, April 28, 2024
Homeବଲିଉଡଅଶ୍ୱଥାମାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ଶାହୀଦ କପୁର

ଅଶ୍ୱଥାମାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତା ଶାହୀଦ କପୁର

ମୁମ୍ବାଇ : ଲୋକପ୍ରିୟ କଳାକାର ଶାହୀଦ କପୁର ରୋଶନ ଆଣ୍ଡ୍ର‌୍ୟୁଏଜଙ୍କ ଫିଲ୍ମ ଦେବା ପରେ ଆଉ ଏକ ପୌରାଣିକ ଫିଲ୍ମ ସାଇନ କରିଛନ୍ତି । ତେରି ବାତୋଁ ମେଁ ଐସା ଉଲଝା ଫିଲ୍ମରେ ଶାହୀଦଙ୍କ ଭୂମିକାଙ୍କୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ସେ ଅଶ୍ୱଥାମାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ପୂର୍ବରୁ ଏହି ଭୂମିକା ଭିକ୍କି କୌଶଲ କରିବେ ବୋଲି ସ୍ଥିର ହୋଇଥିଲା । ମାତ୍ର ଏବେ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି । ଭାଶୁ ଭଗନାନୀ, ଜ୍ୟାକି ଭଗନାନୀ ଓ ଦୀପଶିଖା ଦେଶମୁଖ ଫିଲ୍ମର ନିର୍ମାତା ଥିବା ବେଳେ ସଚିନ ରବି ଏହାର ନିର୍ଦ୍ଦେଶନା ଦେବେ । ଏହି ହାଇ ବଜେଟ ଫିଲ୍ମରେ ମହାଭାରତର ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥାମାଙ୍କ ଜୀବନୀ ଉପରେ ଆଧାରିତ ହେବ । ଅତ୍ୟାଧୂନିକ ଜ୍ଞାନକୌଣଳ ସହକାରେ ନିର୍ମାତା ଏହି ଫିଲ୍ମ ଦର୍ଶକଙ୍କ ସମ୍ମୁଖକୁ ଆଣିବାକୁ ଚାହୁଁଛନ୍ତି । ଏହି ପ୍ୟାନ ଇଣ୍ଡିଆ ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟଲାମ ଓ କନ୍ନଡ ଭାଷାରେ ରିଲିଜ ହେବ । ଚକୋଲେଟ ବୟ ଇମେଜ ଛାଡି ଶାହୀଦ ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମରେ ଅଭିନୟ କରି ନିଜ ଦକ୍ଷତା ପ୍ରତିପାଦିତ କରି ପାରିଛନ୍ତି । କମିନେ, ଉଡତା ପଞ୍ଜାବ, କବୀର ସିଂ ଓ ପଦ୍ମାବତ ଏହାର ଜ୍ୱଳନ୍ତ ଉଦାହରଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking