30.1 C
Bhubaneswar
Friday, May 3, 2024
Homeଓଡିଶାବ୍ରାହ୍ମଣୀରୁ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର: ଜଣେ ନିଖୋଜ

ବ୍ରାହ୍ମଣୀରୁ କାଉଡ଼ିଆଙ୍କ ମୃତଦେହ ଉଦ୍ଧାର: ଜଣେ ନିଖୋଜ

ଢେଙ୍କାନାଳ : ଶ୍ରାବଣ ମାସ ତୃତୀୟ ସୋମବାର ଢେଙ୍କାନାଳ ଜିଲ୍ଲାରେ କାଉଡ଼ିଆମାନେ ବୁଡ଼ ପକାଇବାବେଳେ ପୃଥକ୍ ପୃଥକ୍ ସ୍ଥାନରେ ଅଘଟଣ ଘଟିଛି । ପ୍ରସିଦ୍ଧ ଶୈବବପୀଠ କପିଳାସରେ ଜଳଲାଗି ପାଇଁ ବ୍ରାହ୍ମଣୀ ନଦୀର କମଗଲା ଘାଟରେ ବୁଡ଼ ପକାଇବା ବେଳେ ଜଣେ କାଉଡ଼ିଆ ବୁଡ଼ିଯାଇଥିଲେ । ତାଙ୍କ ମୃତଦେହ ସଦର ଥାନା ଅନ୍ତର୍ଗତ ରଣପଶି ନିକଟରୁ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିିନାହିଁ । ସେପଟେ ପରଜଙ୍ଗ ଥାନା କୁଆଳୋ ଗ୍ରାମ ନିକଟସ୍ଥ ରେଙ୍ଗାଳି ବାମ କେନାଲରୁ ଜଳଲାଗି ପାଇଁ ପାଣି ଉଠାଉଥିବାବେଲେ ସୋମବାର ସକାଳେ ଅନ୍ୟ ଜଣେ କାଉଡ଼ିଆ ଜଳସ୍ରୋତରେ ଭାସିଯାଇଛନ୍ତି ।

ନିଖୋଜ କାଉଡ଼ିଆ ଜଣଙ୍କ ତାଳଚେର ଆଇଟିଆଇ ଛକ ଅଞ୍ଚଳର ମହେଶ୍ୱର ବାରିକ (୧୭) ବୋଲି ଜଣାପଡିଛି । ମହେଶ୍ୱର ଓ ତାଙ୍କର ଜଣେ ସାଙ୍ଗ ସ୍ଥାନୀୟ ଅଷ୍ଟଶମ୍ଭୁ ମନ୍ଦିରକୁ ଜଳଲାଗି ପାଇଁ ଆସିଥିଲେ । ଗ୍ରାମ ନିକଟସ୍ଥ ରେଙ୍ଗାଳି ବାମ କେନାଲରୁ ପାଣି ଉଠାଉଥିବାବେଳେ ଅସାବଧାନତାବଶତଃ ଉଭୟ କେନାଲରେ ଭାସି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟଜଣେ ନିଖୋଜ ଅଛନ୍ତି । ଖବରପାଇ ଓଡ୍ରାଫ ଓ ସ୍ଥାନୀୟ ପୁଲିସ ପହଞ୍ଚିି ନିଖୋଜ କାଉଡ଼ିଆକୁ ଖୋଜାଖୋଜି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking