35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରାମୋସ୍‌ଙ୍କ ପରଲୋକ

ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ରାମୋସ୍‌ଙ୍କ ପରଲୋକ

ମାନିଲା: ଫିଲିପାଇନ୍ସର ପୂର୍ବତନ ରାଷ୍ଟ୍ରପତି ଫିଡେଲ ଭାଲଡେଜ୍ ରାମୋସ୍‌ଙ୍କର ରବିବାର ୯୪ ବର୍ଷ ବୟସରେ ପରଲୋକ ଘଟିଛି । ହୃହରୋଗରେ ଆକ୍ରାନ୍ତ ରାମୋସ୍ କିଛିଦିନ ହେଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ୟୁଏସ୍ ମିଲିଟାରୀ ଏକାଡେମୀରୁ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହେବାପରେ ରାମୋସ୍ ୧୯୫୦ରେ ଫିଲିପାଇନ୍ସ ସେନାରେ ଭର୍ତ୍ତି ହୋଇଥିଲେ । କୋରିଆ ଓ ଭିଏତନାମ ଯୁଦ୍ଧରେ ମଧ୍ୟ ସେ ଅଂଶଗ୍ରହଣ କରିଥିଲେ । ତେବେ ରାମୋସ୍ ୧୯୮୬ରେ ଫିଲିପାଇନ୍ସରେ ସାମରିକ ଶାସନ ବିରୋଧରେ ଆରମ୍ଭ ହୋଇଥିବା ଗଣ ଆନ୍ଦୋଳନର ନେତୃତ୍ୱ ନେଇ ଏହାକୁ ସଫଳ କରାଇଥିଲେ । ୧୯୮୬ରେ ଏକଛତ୍ରବାଦ ଶାସକ ଫର୍ଡିନାଣ୍ଡ ମାର୍କସ ଗାଦିଚ୍ୟୁତ ହେବାପରେ କୋରାଜନ ଆକ୍ୱିନୋ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ । ତାଙ୍କର ଶାସନ କାଳରେ ରାମୋସ୍ ପ୍ରଥମେ ସେନାଧ୍ୟକ୍ଷ ଏବଂ ପରବର୍ତ୍ତୀ ସମୟରେ ବିଦେଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୧୯୯୨ରୁ ୧୯୯୮ ପର୍ଯ୍ୟନ୍ତ ରାମୋସ୍ ଫିଲିପାଇନ୍ସର ଦ୍ୱାଦଶ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking