36.1 C
Bhubaneswar
Saturday, May 4, 2024
Homeଓଡିଶାକାରଗିଲ ବିଜୟ ଦିବସ ଓ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ପାଳିତ

କାରଗିଲ ବିଜୟ ଦିବସ ଓ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ପାଳିତ

 

 

ଜଗତସିଂହପୁର- କାରଗିଲ ବିଜୟ ଦିବସ ଓ ମହିୟସୀ ନାରିନେତ୍ରୀ ମାଳତୀ ଚୌଧୁରୀଙ୍କ ଜୟନ୍ତୀ ତରଡା ପଡା ଆଇଟିଆଇ ଠାରେ ପାଳିତ ହୋଇଯାଇଛି । ଏହି ସ୍ମୃତିଚାରଣ ସଭାରେ ଅଧ୍ୟକ୍ଷତା କରି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ କହିଥିଲେ ଆଜି ସାରା ଦେଶ କାରଗିଲ ବିଜୟର ୨୨ ତମ ବିଜୟ ଦିବସ ପାଳନ କରୁଥିବାବେଳେ ଏହି ଯୁଦ୍ଧରେ ଶହୀଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ଆମପାଇଁ ଏକ ସୁଯୋଗ । ସେହିପରି ବିପ୍ଲବୀ ମାଳତୀ ଚୌଧୁରୀଙ୍କ ତ୍ୟାଗ, ଆଦର୍ଶ ଓ ବଳିଦାନ ଉତ୍ତରଦାୟାଦ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇ ରହିବ । ଶିକ୍ଷକ ତଥା ଏନସିସି ଅଫିସର ଅମୂଲ୍ୟ କୁମାର ମିଶ୍ର ତାଙ୍କ ବକ୍ତବ୍ୟରେ କାରଗିଲ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବ ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଆଇଟିଆଇ ନିର୍ଦେଶକ ରଶ୍ମି ରଞ୍ଜନ ମିଶ୍ର ଆଲୋଚନା ଚକ୍ରରେ ଭାଗ ନେଇ ସ୍ୱର୍ଗତ ମାଳତୀ ଚୌଧୁରୀ ତାଙ୍କ ଉତ୍ସର୍ଗୀକୃତ ସେବା ଓ ତ୍ୟାଗ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସସ୍ମିତା ମିଶ୍ର , ଟାଇମସ ଗୁରୁକୂଳର ନିର୍ଦେଶୀକା ଶୁଶ୍ରୀ ଅଞ୍ଜୁଷା , ଶିକ୍ଷକ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

ଜଗତସିଂହପୁର ରୁ ପ୍ରତାପ କୁମାର ସିଙ୍ଗ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking