ନୂଆଦିଲ୍ଲୀ : ଆଜିର ଦିନରେ ସମଗ୍ର ବିଶ୍ୱ ଦେଖିଥିଲା ଭାରତୀୟ ସେନାଙ୍କ ଶୌର୍ଯ୍ୟ ତଥା ବୀରଗାଥା । ଆଜିର ଦିନରେ ୨୧ ବର୍ଷ ପୂର୍ବେ କାର୍ଗିଲ ଶିଖରରେ ଇତିହାସ ରଚିଥିଲେ ଭାରତୀୟ ସେନା । ଅନୁପ୍ରବେଶ କରିଥିବା ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନକୁ ନିଜର ଦମ ବଳରେ ତଡ଼ିଥିଲେ ଭାରତୀୟ ସେନା । ସେଦିନ ବିଶ୍ୱ ଦେଖିଥିଲା ଭାରତୀୟ ସେନାଙ୍କ ପରାକ୍ରମ । କାର୍ଗିଲ ଶିଖରକୁ ନିଜ ଅକ୍ତିଆରକୁ ଆଣିବା ପରେ ବିଜୟ ଦିବସ ପାଳନ କରିଥିଲେ ଭାରତୀୟ ସେନା । ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖା ହୋଇଥିଲା ସେହିଦିନ ।
ଆଜି ଠାରୁ ୨୩ ବର୍ଷ ପୂର୍ବରୁ ଶେଷ ହୋଇଥିବା ଲଦାଖର ଉଚ୍ଚ ଶିଖରରେ କାର୍ଗିଲ ଯୁଦ୍ଧ । ଏପରି ଏକ ଯୁଦ୍ଧ ଥିଲା, ଯେଉଁଥିରେ ଭାରତୀୟ ସେନାବାହିନୀକୁ ୧୮ ହଜାର ଫୁଟରୁ ଅଧିକ ଉଚ୍ଚରେ ଲୁଚିଥିବା ଶତ୍ରୁମାନଙ୍କୁ ହତ୍ୟା କରିବାକୁ ପଡୁଥିଲା । ଏହି ଯୁଦ୍ଧରେ ଜିତିବା ପାଇଁ ପାକିସ୍ତାନ ‘ଅପରେସନ୍ ବଦର୍’ (Operation Badr) ରୁ ଆରମ୍ଭ କରିଥିଲା । କିନ୍ତୁ ଭାରତର ‘ଅପରେସନ୍ ବିଜୟ’ (Operation Vijay) ପାକିସ୍ତାନର ଅପରେସନକୁ କଡ଼ା ଜବାବ ଦେଇଥିଲା । ଅପରେସନ ବିଜୟ ଭାରୀ ପଡ଼ିଥିଲା ପାକିସ୍ତାନ ଉପରେ । ଏହି ଯୁଦ୍ଧରେ ପାକିସ୍ତାନ କେବଳ ୭ ଶହ ଜଣ ସେନାଙ୍କୁ ହରାଇନାହିଁ ବରଂ ଏଭଳି ଏକ ମାନସିକତାର ହତ୍ୟା ମଧ୍ୟ କରିଥିଲା, ଯେଉଁଥିପାଇଁ ସେ ଆଜି ପର୍ଯ୍ୟନ୍ତ ସୁସ୍ଥ ହୋଇପାରି ନାହାଁନ୍ତି ।
୬୦ ଦିନର ଯୁଦ୍ଧରେ ୫୨୭ ଯବାନଙ୍କୁ ହରାଇଥିଲା ଭାରତ
ଏହି ପାକିସ୍ତାନୀ ସେନାମାନେ ଧୀରେ ଧୀରେ କାର୍ଗିଲର ଉଚ୍ଚ ଶିଖରକୁ ଦଖଲ କଲେ । ଯାହା ସମ୍ପର୍କରେ ଭାରତକୁ ତିଳେ ହେଁ ସୂଚନା ପାଇ ପାରିନଥିଲା । ପାକିସ୍ତାନୀ ସେନାମାନେ ମଧ୍ୟ ସେମାନଙ୍କ ସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଖାଦ୍ୟ ସାମଗ୍ରୀ ଆଣିଥିଲେ । ଦୀର୍ଘ ଯୁଦ୍ଧ ପାଇଁ ସେମାନେ ପୂର୍ବରୁ ପ୍ରସ୍ତୁତ କରିଥିଲେ । ଯେତେବେଳେ ଭାରତୀୟ ସେନା ପାକିସ୍ତାନର ଏହି ଘୃଣ୍ୟ ଷଡଯନ୍ତ୍ରର ସୂଚନା ପାଇଲା, ସେତେବେଳେ ପାକିସ୍ତାନୀ ସେନାକୁ ଏକ ଶିକ୍ଷା ଦେବା ପାଇଁ ଅପରେସନ୍ ବିଜୟ ଆରମ୍ଭ ହୋଇଥିଲା । ପାକିସ୍ତାନ ସହ ଯୁଦ୍ଧ କରିବା ପାଇଁ ଭାରତ ସରକାର ୨ ଲକ୍ଷ ସେନାଙ୍କୁ କାର୍ଗିଲକୁ ପଠାଇଥିଲେ । ଏହି ଅପରେସନ୍ ପ୍ରାୟ ଦୁଇମାସ ଅର୍ଥାତ ୬୦ ଦିନ ଧରି ଚାଲିଥିଲା ଏବଂ ୨୬ ଜୁଲାଇରେ ଶେଷ ହୋଇଥିଲା । ଏହି ଯୁଦ୍ଧ ସମୟରେ ଭାରତର ୫୨୭ ସେନାଙ୍କ ଜୀବନ ବଳିଦାନ ଦେଇଥିଲେ ।