30.1 C
Bhubaneswar
Saturday, May 4, 2024
Homeଓଡିଶାଚୂଆ ପାଣିରେ ଜୀବନ

ଚୂଆ ପାଣିରେ ଜୀବନ

କନ୍ଧମାଳ : ବର୍ଷ ବର୍ଷ ଧରି ଜଙ୍ଗଲ ଭିତରେ ଚୁଆ ଜଳରେ ବିତୁଛି ଜୀବନ । ଏପଟେ ଗାଁ ଗାଁରେ ପାଇପ୍ ଦ୍ୱାରା ଜଳ ଯୋଗାଣ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଏଭଳି ଦୁଃଖ ଜଣାଇଛନ୍ତି କୋଟଗଡ଼ ବ୍ଲକ ସାର୍ତ୍ତୁଲ ପଞ୍ଚାୟତର ଡଙ୍ଗାମାହା, ଝିକାପଦର ଓ ଡେମଡେମାହାର ଆଦିବାସୀମାନେ । ବର୍ଷ ବର୍ଷ ଧରି ଉକ୍ତ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ବି ସମାଧାନ ହେଉନି । ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି । ବାଧ୍ୟ ହୋଇ ଏହି ସବୁ ଗ୍ରାମର ଅଧିବାସୀ ମାନେ ଜଙ୍ଗଲି ଜଳରେ ଜୀବନ ବିତାଉଛନ୍ତି । ପାଣି ଟୋପାଏ ପାଇଁ ଅଞ୍ଚଳବାସୀ ଗାଁରେ ଥିବା ନାଳ ଓ ଚୁଆ ଉପରେ ହିଁ ଭରସା କରିଥାନ୍ତି ।

ତେବେ ବର୍ଷର ଅନ୍ୟ ଋତୁରେ ଜେନ ତେନ ପ୍ରକାରେ ପାଣି ସଂଗ୍ରହ କରୁଥିଲେ ବି ଗ୍ରୀଷ୍ମରେ ବହୁ ସମସ୍ୟା ହେଉଛି ବୋଲି କହିଛନ୍ତି ଗ୍ରାମର ୱାର୍ଡ଼ ମେମ୍ବର ଅଞ୍ଜଳି ମଲିକ, ଡଟେଶ୍ୱର ପାଟମାଝୀ, ସାଲେନ୍ଦ୍ର ପାଟମାଝୀ  ଓ ଫୁଲୁଙ୍ଗା ପାଟମାଝୀ ପ୍ରମୁଖ । ଆଖ ପାଖରେ କୌଣସି ପ୍ରକାର ସୁବିଧା ନଥିବା ଯୋଗୁ ଗ୍ରାମଠାରୁ ପ୍ରାୟ ୨ କିମି ଦୂରକୁ ଯାଇ ସଂଗ୍ରହ କରିଥାନ୍ତି ପାନୀୟ ଜଳ । ବିଶେଷ କରି ପାହାଡ଼ିଆ ପଥର ଖୋଲରୁ ଝରୁଥିବା ଜଳକୁ କୁଣ୍ଡକରି ତାହାକୁ ସେମାନେ ବ୍ୟବହାର କରିଥାନ୍ତି । ଯେଉଁ ଜଳ ଉପରେ ସାଧାରଣ ଜନତା ନିର୍ଭର କରିଥାନ୍ତି ସେହ ଜଳ ଉପରେ ଗୃହପାଳିତ ପଶୁ ମାନେ ମଧ୍ୟ ନିର୍ଭର କରିଥାନ୍ତି  ବୋଲି କହିଛନ୍ତି ଗ୍ରାମର ଶିକାନ୍ଦ୍ର ମଲିକ, ବଇନ୍ତି ପାଟମାଝୀ, ପ୍ରମିତା ପାଟମାଝୀ, ମାନନ୍ତି ପାଟମାଝୀ, ପିତା ପାଟମାଝୀ ଓ କବିତା ପାଟମାଝୀ ।

ଏହି ସବୁ ଗ୍ରାମର ପାଖାପାଖି ୩୦୦ରୁ ଅଧିକ ଲୋକ ରହୁଛନ୍ତି । ଆଜିଯାଏ ପାନୀୟ ଜଳ ବ୍ୟବସ୍ଥା କରାଯାଇନାହିଁ । ସାର୍ତ୍ତୁଲ ସରପଞ୍ଚ ଗୀତା ପ୍ରଧାନ କୁହନ୍ତି  ଗମନା ଗମନ ସୁବିଧା ନଥିବା ଯୋଗୁଁ ସେଠାରେ ପାଣିଟାଙ୍କିର ବ୍ୟବସ୍ଥା କରାଯାଇ ପାରିନାହିଁ । ତେବେ ସୋଲାର୍ ବ୍ୟବସ୍ଥା କରି ଟାଙ୍କି ପାଇଁ ବିଭାଗକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଏହି ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ କରିବେ ଏବଂ ଭୋଟ ବର୍ଜନ କରିବେ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking