30.1 C
Bhubaneswar
Thursday, April 25, 2024
Homeଅପରାଧପୁଅ କାଟିଲା ବାପାର ଗଳା

ପୁଅ କାଟିଲା ବାପାର ଗଳା

ରଙ୍ଗେଇଲୁଣ୍ଡା : କ୍ଷଣିକ କ୍ରୋଧରେ ବଶବର୍ତ୍ତୀ ହୋଇ ଜନ୍ମ କରିଥିବା ବାପାଙ୍କୁ ହତ୍ୟା କରିଥିବା ଗୋପାଳପୁର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଘରେ ପୁରୁଣା ଜିନିଷ ସାଇତି ରଖିବା ଘଟଣାକୁ କେନ୍ଦ୍ର କରି ବାପା-ପୁଅ ଝଗଡ଼ା । ଶେଷରେ ବାପାଙ୍କ କାମରେ ଅସହ୍ୟ ପୁଅ ଛୁରିରେ ଗଳାକାଟି ବାପାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ବାପାଙ୍କ  ମୃତ୍ୟୁ ହୋଇଛି । ମୃତକ କୃଷି ବୈଜ୍ଞାନିକ ସରୋଜ କୁମାର ନନ୍ଦ (୬୫) । ଏନେଇ ଗୋପାଳପୁର ଥାନା ପୋଲିସ ଗୁରୁବାର ପୁଅକୁ ଅଟକ ରଖି ପଚରାଉଚରା ଚଳାଇଛି । ଏ ସମ୍ପର୍କରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ,  ପଞ୍ଜାବର ଲୁଧିଆନାରେ କୃଷି ବୈଜ୍ଞାନିକ ଭାବେ ସରୋଜ ନନ୍ଦ କାର୍ଯ୍ୟ କରି ଗତ ତିନି ବର୍ଷ ତଳେ ଅବସର ନେଇଥିଲେ । ଅବସର ପରେ ସେ ଗୋପାଳପୁର ଥାନା ଅନ୍ତର୍ଗତ ଭକ୍ତ ସାଲବେଗ ନଗରରେ ସରୋଜଙ୍କ ପରିବାର ରହୁଥିଲେ । ସରୋଜ ଘରେ ପୁରୁଣା ଜିନିଷ ସାଇତି କରି ରଖୁଥିଲେ । କାହିଁକି ପୁରୁଣା ଅଳିଆ ଘରେ ଭର୍ତ୍ତି କରୁଛ ବୋଲି ପୁଅ ଆଶିଷ ନନ୍ଦ ବାପାଙ୍କ ସହିତ କଳହ ଲାଗି ରହୁଥିଲା । ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପୁରୁଣା ଜିନିଷ ଘରେ ଖାଲି କରିବା ନେଇ ସରୋଜ ଓ ପୁଅ ଆଶିଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ପରିସ୍ଥିତି କ୍ରମଶଃ ଉଗ୍ରରୂପ ଧାରଣ କରିଥିଲା । କୋଧରେ ଜର୍ଜରିତ ପୁଅ ଆଶିଷ ଏକ ଛୁରିରେ ବାପା ସରୋଜଙ୍କ ବେକକୁ କାଟି ଦେଇଥିଲେ ।

ସେ ଗୁରୁତର ଆହତ ହେବା ଯୋଗୁଁ ପୁଅ ଆଶିଷ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସମୟରେ ଆଶିଷ ଆମ୍ବୁଲାନ୍ସ ଡାକି ବାପାଙ୍କ ମୃତଦେହ ନେଇ ଖସିଯିବାକୁ ଉଦ୍ୟମ କରୁଥିଲେ । ଏ ସମ୍ପର୍କରେ ଏମ୍‌କେସିଜି ମେଡିକାଲ କଲେଜ ହସପିଟାଲ୍ ଡାକ୍ତର ଗୋପାଳପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରୁ ରକ୍ତ ଲାଗିଥିବା ବେଡ୍‌ସିଟ, ଛୁରି, ଲୁଗାପଟା ଓ ଚପଲ ପୋଲିସ ଜବତ କରିଛି । ଏନେଇ ଆଶିଷଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking