35.1 C
Bhubaneswar
Tuesday, April 23, 2024
Homeଓଡିଶାଦୁଷ୍କର୍ମ ପୀଡ଼ିତା ଗର୍ଭବତୀ, ପ୍ରସବ ପରେ ନବଜାତକ ମୃତ

ଦୁଷ୍କର୍ମ ପୀଡ଼ିତା ଗର୍ଭବତୀ, ପ୍ରସବ ପରେ ନବଜାତକ ମୃତ

ନୟାଗଡ଼ : ନୂଆଗାଁ ଥାନା ଅଞ୍ଚଳର ଜଣେ ଯୁବତୀକୁ ତାଙ୍କ ସମ୍ପର୍କୀୟ ଭିଣୋଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଯୁବତୀ ୮ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କୁ ନୟାଗଡ଼ ସେବାରେ ରଖା ଯାଇଥିଲା । କିଛିଦିନ ତଳେ ତାଙ୍କର ଏକ ଶିଶୁ ଜନ୍ମଗ୍ରହଣ କରିଥିଲା । ଶିଶୁଟି ଜନ୍ମରୁ ରୋଗାଗ୍ରସ୍ତ ଥିବା ବେଳେ ଗୁରୁବାର  ଶିଶୁଟିର ମେଡ଼ିକାଲରେ ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ, ନୂଆଗାଁ ଥାନା ଅଞ୍ଚଳର ଜଣେ ବେସାହାରା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ସମ୍ପର୍କୀୟ ଭିଣୋଇ ବୁଢ଼ାବାରୀ ଗ୍ରାମର ପ୍ରମୋଦ ଜାନୀ ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ୮ମାସର ଗର୍ଭବତୀ ହେବା ପରେ ତାଙ୍କୁ ବିବାହ କରିବାକୁ ମନା କରିବାରୁ ଯୁବତୀ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗକୁ ଆଧାର କରି ନୂଆଗାଁ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଅଭିଯୁକ୍ତ ଏବେ ଜେଲରେ । ଗର୍ଭବତୀ ଅବସ୍ଥାରେ ଯୁବତୀଙ୍କୁ ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡ୍‌ଠାରେ ଥିବା ସେବା ଅନୁଷ୍ଠାନରେ ରଖାଯାଇଥିଲା । କିଛିଦିନ ତଳେ ସେ ଏକ ଶିଶୁ ଜନ୍ମ ଦେଇଥିଲେ । ଜନ୍ମ ପରେ ଶିଶୁଟିର ସ୍ୱାସ୍ଥ୍ୟ ଖରାପ ଥିବାରୁ ତାକୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ସୁସ୍ଥ ହେବା ପରେ ଶିଶୁ ଓ ମାଆକୁ ସେବା ଅନୁଷ୍ଠାନରେ ପୁଣି ଛଡ଼ା ଯାଇଥିଲା । ଗୁରୁବାର ଗୁରୁତର ଅବସ୍ଥାରେ ଶିଶୁକୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତରଖାନାରେ ପହଞ୍ôଚବା ବେଳକୁ ଶିଶୁର ମୃତ୍ୟୁ ଘଟି ସାରିଥିବା ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking