28.1 C
Bhubaneswar
Sunday, September 8, 2024
Homeଓଡିଶାକଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

କଲରାପତରିଆ ବାଘ ଛାଲ ଜବତ, ୩ ଗିରଫ

ନୟାଗଡ଼ : ନୟାଗଡ଼ ବନଖଣ୍ଡ ଅନ୍ତର୍ଗତ ଇକିରି ପଞ୍ଚାୟତ ଝରଦେଇ ପୀଠ ନିକଟରୁ ବନବିଭାଗ ଓ ମହାନଦୀ ବନ୍ୟପ୍ରାଣୀ ଡିଭିଜନ୍ କଲରାପତରିଆ ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟି ଥାନା ଅନ୍ତର୍ଗତ ଟିପୁରା ଗ୍ରାମର ସୁନୀଲ ଜେନା, ସୁବାଷ ଜେନା ଏବଂ ବିରୁଡ଼ା ଗ୍ରାମର ଆକାଶ ମଲ୍ଲିକ । ସେମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବନବିଭାଗ ଗଣମାଧ୍ୟମକୁ ସୂଚନା ଦେଇଛି ।

କୈାଣସି ସୁତ୍ରରୁ ଖବର ପାଇ ଗତ ୧ ତାରିଖରେ ନୟାଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀ ଏବଂ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଫାଲଗୁନୀ ସାରଥି ମଲ୍ଲିକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା। ସୁନୀଲ ଜେନା ଏବଂ ଆକାଶ ମଲ୍ଲିକ ଉଭୟ ଚମଡ଼ା ବ୍ୟବସାୟ କରିଥାନ୍ତି । ସେମାନେ ବାଘ ଛାଲ ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ସୁବାଷ ସେମାନଙ୍କୁ ସହଯୋଗ କରୁଥିଲା । ଚଢ଼ାଉ କରି ବାଘ ଛାଲ ଜବତ କରାଯାଇଥିବା ବେଳେ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking