29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାର ନାହିଁ: ମୋଦୀ

ସଂସଦରେ ନିର୍ବାଚନ ପରାଜୟ ରାଗ ଉଦ୍‌ଗାର ନାହିଁ: ମୋଦୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ପରାସ୍ତଜନିତ ରାଗ ଉଦ୍‌ଗାରିବା ପରିବର୍ତ୍ତେ ସଂସଦରେ ବିଭିନ୍ନ ଆଲୋଚନାରେ ଭାଗ ନେବା ଉଚିତ ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ପରାମର୍ଶ ଦେଇଛନ୍ତି।ଆଜି ସଂସଦର ଶୀତ ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦ ବାହାରେ ସାମ୍ବାଦିକମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ବିରୋଧୀ ନେତାମାନେ ପରାଜୟରୁ ଶିକ୍ଷା ପାଇଥିବେ। ତେଣୁ, ସେମାନେ ନକାରାତ୍ମକତା ବନ୍ଦ କରିବା ଆବଶ୍ୟକ।

ପ୍ରଧାନମନ୍ତ୍ରୀ କହିଲେ, ସାମ୍ପ୍ରତିକ ନିର୍ବାଚନ ଫଳାଫଳକୁ ଆଧାର କରି ଯଦି ମୁଁ କହିବି ତେବେ, ବିରୋଧୀ ଦଳରେ ବସିଥିବା ସଦସ୍ୟମାନଙ୍କ ଲାଗି ଏହା ଏକ ସୁବର୍ଣ୍ଣ ସୁଯୋଗ। ଏ ଅଧିବେଶନରେ ଆପଣମାନେ ପରାଜୟଜନିତ କ୍ରୋଧ ଉଦ୍‌ଗୀରଣ ନ କରି ସକାରାତ୍ମତା ସହିତ ଅଗ୍ରସର ହେବେ ଓ ପରାଜୟରୁ ଶିକ୍ଷା ଲାଭ କରିବେ ଓ ଗତ ୯ ବର୍ଷର ନକାରାତ୍ମକ ଭାବ ପରିହାର କରିବେ, ତେବେ ଦେଶବାସୀ ଆପଣମାନଙ୍କ ପ୍ରତି ସେମାନଙ୍କର ମନୋଭାବ ପରିବର୍ତ୍ତନ କରିବେ। ୪ଟି ରାଜ୍ୟ ବିଧାନସଭାର ଫଳାଫଳ ଉତ୍ସାହଜନକ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦେଶର ଜନସାଧାଣଙ୍କ ମଙ୍ଗଳ ଓ ଦେଶର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପ୍ରତିବଦ୍ଧ ଥିବା ‌ଲୋକମାନଙ୍କ ଲାଗି ୪ଟି ରାଜ୍ୟର ନିର୍ବାଚନ ଫଳାଫଳ ଉତ୍ସାହଜନକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking