28.1 C
Bhubaneswar
Thursday, May 2, 2024
Homeଓଡିଶାଲାଞ୍ଚ ମାଗିବା ଅଭିଯୋଗରେ ଗ୍ରାମ ରୋଜଗାର ସେବକ ଗିରଫ

ଲାଞ୍ଚ ମାଗିବା ଅଭିଯୋଗରେ ଗ୍ରାମ ରୋଜଗାର ସେବକ ଗିରଫ

କଳାହାଣ୍ଡି:  ରାଜ୍ୟ ସରକାର “ଫାଇଭ-ଟି” ଯୋଜନା ପ୍ରଣୟନ କରି ସରକାରୀ ବିଭାଗରେ ସ୍ବଚ୍ଛତା ଆଣିବା ପାଇଁ ଚେଷ୍ଟା କଲେ ମଧ୍ୟ ଲାଞ୍ଚୁଆ ଅଧିକାରୀଙ୍କ ଲାଞ୍ଚ ନେବା ମନୋବୃତି ବଦଳାଇ ପାରିବାରେ ଅକ୍ଷମ । କିଛି ଲାଞ୍ଚୁଆ ଅଧିକାରୀ ଜନସାଧାରଣଙ୍କୁ ସେବା ଦେବା ପରିବର୍ତ୍ତେ, ନିଜ ପଦବୀର ଅପବ୍ୟବହାର କରି ଟଙ୍କା ରୋଜଗାର କରିବାର ମାଧ୍ୟମ କରିନେଇଛନ୍ତି ।

କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେସିର ପଞ୍ଚାୟତର, କୁରଲୁ ପଡ଼ା ନିବାସୀ ବିଜୟ ଚନ୍ଦ୍ର ସାହୁଙ୍କ ଅଭିଯୋଗ କ୍ରମେ କଳାହାଣ୍ଡି ଭିଜିଲାନ୍ସ ଡିଏସପି ଶ୍ରୀ ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଏକ ଟିମ, ଲାଞ୍ଚ କାରବାର ସମୟରେ ଚଢ଼ାଉ କରି ଅଭିଯୁକ୍ତ ଜୟ ଚନ୍ଦ୍ର ଜାଲ ଗିରଫ କରିଛନ୍ତି ।

ଅଭିଯୋଗକାରୀ ବିଜୟ ଚନ୍ଦ୍ର ସାହୁଙ୍କ ଅଭିଯୋଗ ମୁତାବକ, ତାଙ୍କ ବାପା ଯୋଗେଶ୍ଵର ସାହୁଙ୍କ ନାମରେ ମୋ ଗୁହାଳ ଯୋଜନାରେ ୨୧ ସେପ୍ଟେମ୍ବର ୨୦୨୦ ମସିହାରେ ଏକ ଗୁହାଳ ଘର କାର୍ଯ୍ୟାଦେଶ ମଞ୍ଜୁର ହୋଇଥିଲା । ଏହି ଗୁହାଳ ତିଆରି ବାବଦର ୧ ଲକ୍ଷ ୧୨ ହଜାର ଟଙ୍କା ବିଲ ପାସ କରିବା ନିମନ୍ତେ ୫ ହଜାର ଟଙ୍କା ଦାବି କରିଥିଲେ ।

ଏହା ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ଏସପିଙ୍କ ଆଦେଶ ବଳରେ, ଆଜି କଳାହାଣ୍ଡି ଭିଜିଲାନ୍ସ ଡିଏସପି ଶ୍ରୀଯୁକ୍ତ ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ ଏକ ଟିମ କନ୍ତେସିର ପହଞ୍ଚି, ଲାଞ୍ଚ ଟଙ୍କା ନେବା ସମୟରେ କନ୍ତେସିର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଚଢ଼ାଉ କରି ରାସାୟନିକ କାଳି ବୋଳା ଯାଇଥିବା ୫ ହଜାର ଟଙ୍କା ଜବତ କରିବା ସହିତ, ଜୟ ଚନ୍ଦ୍ର ଜାଲଙ୍କୁ ଗିରଫ କରିବା ନେଇ ଶ୍ରୀଯୁକ୍ତ ମହନନ୍ଦ ପ୍ରକାଶ କରିଛନ୍ତି ।

ଅପର ପକ୍ଷରେ ଅଭିଯୁକ୍ତ ଜୟ ଚନ୍ଦ୍ର ଜାଲ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ, ଅଭିଯୋଗକାରୀ ବିଜୟ ଚନ୍ଦ୍ର ସାହୁ କାହାରି ପ୍ରରୋଚନାରେ ତାଙ୍କୁ ଫସାଇ ଦେଇଥିବା ପ୍ରକାଶ କରିଛନ୍ତି ।

ଏହି ଚଢ଼ାଉ ସମୟରେ ଇନିସ୍ପେକ୍ଟର ପ୍ରମିଳା ସାହୁ, କନଷ୍ଟେବଳ ରାଜେଶ କୁମାର ନାଏକ, ବ୍ରହ୍ମାନନ୍ଦ ପଣ୍ଡା, ଷ୍ଟେନୋ ସନ୍ତୋଷ ମହାନ୍ତି ଓ ଗୁଣନିଧି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

କଳାହାଣ୍ଡିରୁ ସୁନିଲ କୁମାର ମୁଣ୍ଡଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking