36.1 C
Bhubaneswar
Saturday, May 4, 2024
Homeଓଡିଶାଇନ୍ଦ୍ରାବତୀ ବାମ କେନାଲ ଭୁଶୁଡି ଚାଷ ରେ ମାଡ଼ିଲା ପାଣି ୪୦ ହେକ୍ଟର ଚାଷ ନଷ୍ଟ

ଇନ୍ଦ୍ରାବତୀ ବାମ କେନାଲ ଭୁଶୁଡି ଚାଷ ରେ ମାଡ଼ିଲା ପାଣି ୪୦ ହେକ୍ଟର ଚାଷ ନଷ୍ଟ

ଭବାନୀପାଟଣା: ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଷ୍ଟିବୁଟାରୀ ଗୁନଗୁନିଆଗ୍ରାମ ନିକଟରେ ଆଜି କେନାଲ ହୁଡା ଭୁଶୁଡି ପଡିବାରୁ ଗୁଣଗୁଣିଆ ବାଣ୍ଡିଗା ରେଙ୍ଗାଳପାଲି ଗ୍ରାମ ର ପ୍ରାୟ ୪୦ ହେକ୍ଟର ଚାଷ ଜମି ରେ ପାଣି ମାଡ଼ି ବ୍ୟାପକ ମାତ୍ରା ରେ ଧାନ ଚାଷ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି ଏବେ ଚାଷୀ ରବି ଧାନ ଚାଷ ରୁଆ ସରିଥିବା ବେଳେ ଧାନ ଗଛ ବଢିବା ସମୟ କେନାଲ ପାଣି ମାଡିବାରୁ ଚାଷ କ୍ଷତି ହେବାର ଆଶଙ୍କା ଦେଖାଦେଇଛି ଗୁଣଗୁଣିଆ ଡି ଷ୍ଟି ବୁଟାରୀ ର ଲମ୍ବ ୧୨ ହଜାର ୬ ଶହ ମିଟର କିନ୍ତୁ ତାହା କେନାଲ ମରାମତି ଅଭାବ ରୁ ଅନେକ ସ୍ଥାନରେ ଶୋଚନୀୟ ହୋଇପଡିଛି କେନାଲ ମରାମତି ପାଇଁ ବାର୍ଷିକ କୋଟି କୋଟି ଟଙ୍କା ଵିଭାଗୀୟ ଅନୁଦାନ ରୁ ଖର୍ଚ୍ଚ ହେଉଛି ହେଲେ ଠିକାଦାର ପୋଷା ନୀତି ରେ ନିନ୍ମମାନ ର କାମ ଯୋଗୁ ତାହା ବର୍ଷେ ନ ପୁରୁଣୁ କେନାଲ ର ଅନେକ ସ୍ଥାନ ରେ ଘାଇ ସୃଷ୍ଟି ହୋଇ ଭୁଶୁଡୁଛି କେନାଲ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ କେନାଲ ଭୁଶୁଡିବା ପରେ କନିଷ୍ଠ ଯନ୍ତ୍ରୀ କଳାକାର ନାଏକ ଓ ଗୁଣଗୁଣିଆ ରାଜସ୍ୱ ନିରୀକ୍ଷକ ଆଶିଷ ନାଏକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ଜଳ ସେଚନ ବିଭାଗ ମଧ୍ୟ ମୋ ସରକାର ଅଧୀନରେ ଥିବାବେଳେ ବିଭାଗୀୟ ସ୍ୱଚ୍ଛତା କୁ ନେଇ ପ୍ରଶ୍ନବାଚୀ ଦେଖାଦେଇଛି ଏ ନେଇ ମୁଖୀଗୁଡା ନିର୍ବାହ ଯନ୍ତ୍ରୀ ପଦ୍ମନାଭ ପଣ୍ଡା ଙ୍କୁ ପଚାରିବାରୁ ଘଟଣା କୁ ସ୍ୱୀକାର କରିବାସହ ଦିନେ ଦୁଇଦିନ ମଧ୍ୟରେ କେନାଲ ଘାଇ ମରାମତି କରାଯାଇ ସ୍ୱାଭାବିକ ଭାବରେ ଜଳସେଚନ କରାଯିବ ବୋଲିକହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking