29.1 C
Bhubaneswar
Sunday, May 19, 2024
Homeଓଡିଶାବିବେକାନନ୍ଦ ଉଚ୍ଚ ବିଦ୍ୟା ପୀଠକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କାଳେ ସଦର ବ୍ଲକ...

ବିବେକାନନ୍ଦ ଉଚ୍ଚ ବିଦ୍ୟା ପୀଠକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କାଳେ ସଦର ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ

 

କଳାହାଣ୍ଡି-:ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟାଳୟ ଠାରୁ ୧୨ କି.ମି ସ୍ଥିତ କୁଟ୍ରୁଖମାର ପଞ୍ଚାୟତ ଅଞ୍ଚଳ ରେ ଅବସ୍ଥିତ ବ୍ଲକ ଗ୍ରାଣ୍ଟ ପାଇଥିବା ବିବେକାନନ୍ଦ ଉଚ୍ଚ ବିଦ୍ୟା ପୀଠ କୁ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁଡ଼ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି l
ଶ୍ରୀ ମହାଖୁଡ଼ ଲୋକଙ୍କୁ ପ୍ରେରଣା ଦେବାପାଇଁ “ମୋ ସ୍କୁଲ ଅଭିଯାନ” ଜରିଆରେ ଆଜି କିଛି ଆର୍ଥିକ ସହାୟତା ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ କୁ ଦେଇଛନ୍ତି l
ମୋ ସ୍କୁଲ ଅଭିଯାନ ପକ୍ଷରୁ ଜାରି ହୋଇଥିବା ପତ୍ରରେ ଏହା ସୂଚିତ ହୋଇଛି l ଏହି ଖବର ଜାଣିବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା ପୂର୍ବତନ କମିଟି, ଚଳିତ କମିଟି, ଅଭିଭାବକ ତଥା କୁଟ୍ରୁଖମାର ପଞ୍ଚାୟତ ଓ ଗଣ୍ଡବାରଝୋଲା ପଞ୍ଚାୟତ ବାସୀଙ୍କ ତରଫରୁ ଆଜି କୁଟ୍ରୁଖମାର ବିବେକାନନ୍ଦ ଉଚ୍ଚ ବିଦ୍ୟା ପୀଠ ଠାରେ ସଦର ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ମହାଖୁ ଡ ଙ୍କ ଉଦ୍ଦେଶ୍ୟରେ ଆଜି ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଥିଲା l
ଏହି ସଭାରେ ମୁଖ୍ୟ ଅତିଥି ଭାବେ କୁଟ୍ରୁଖମାର ସରପଞ୍ଚ ଶ୍ରୀମତୀ ବାସନ୍ତୀ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ବି.ଇ.ଓ
ଶ୍ରୀ ଜଗନ୍ନାଥ ପରୋହିତ ଓ କୁଟ୍ରୁଖମାର ସମିତି ସଭ୍ୟା ଶ୍ରୀମତୀ ସୌଦାମିନୀ ଗହୀର,ମୁଖ୍ୟ ବକ୍ତା ଭାବେ ଶ୍ରୀ ଜୟନ୍ତ ବାଗ, ସ୍କୁଲ ସଭାପତି ଶ୍ରୀ ରୁକଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ l

ଏହି ସଭାରେ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାଖୁଡ଼ କହିଛନ୍ତି ଯେ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମୁଁ ବିବେକାନନ୍ଦ ବିଦ୍ୟାପୀଠ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କ ଲି ଆଗାମୀ ଦିନରେ ଏହି ବିଦ୍ୟାଳୟରେ କିଭଳି ଭିତିଭୂମିର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ,ଏହା ଉପରେ ଯଥାସମ୍ଭବ ଚେଷ୍ଟା କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking