27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶ୨୭ ବର୍ଷ ପରେ ଏକାଠି ହେଉଛନ୍ତି କାଜଲ ଓ ପ୍ରଭୁଦେବା

୨୭ ବର୍ଷ ପରେ ଏକାଠି ହେଉଛନ୍ତି କାଜଲ ଓ ପ୍ରଭୁଦେବା

ମୁମ୍ବାଇ : ୨୭ ବର୍ଷ ପରେ ଏକାଠି ହେଉଛନ୍ତି କାଜଲ ଓ ପ୍ରଭୁଦେବା। ନିକଟରେ ତେଲୁଗୁ ଫିଲ୍ମ ନିର୍ମାତା ଚରଣ ତେଜ ଉପ୍ପଲପତିଙ୍କ ନିର୍ଦ୍ଦେଶନାରେ ହିନ୍ଦୀ ଚଳଚ୍ଚିତ୍ର ତିଆରି ହେବାକୁ ଯାଉଛି । ଚରଣ ତେଜ ଏହି ହିନ୍ଦୀ ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିବେ । ଆଉ ଏଥିରେ କାଜଲ ଓ ପ୍ରଭୁଦେବା ନଜର ଆସିବେ । ଶେଷ ଥର ପାଇଁ ୧୯୯୭ରେ ‘ସପନେ’ରେ ସ୍କ୍ରିନ୍ ଶେଆର କରିଥିଲେ ଏହି ଦୁଇ ଷ୍ଟାର। ଚରଣ ତେଜ ଉପ୍ପଲପତିଙ୍କ ଏହି ଅପକମିଂ ଫିଲ୍ମରେ କାଜଲ ଓ ପ୍ରଭୁଦେବାଙ୍କ ବ୍ୟତୀତ ନସୀରୁଦ୍ଦୀନ ଶାହ, ସଂଯୁକ୍ତା ମେନନ, ଯୀଶୁ ସେନଗୁପ୍ତା ଓ ଆଦିତ୍ୟ ସିଲ ପ୍ରମୁଖ ଅଛନ୍ତି। ଖୁବ୍‌ଶୀଘ୍ର ଫିଲ୍ମଟିର ଟିଜର ରିଲିଜ ହେବ। ଫିଲ୍ମଟିର ସଙ୍ଗୀତ ନିର୍ଦ୍ଦେଶନା ଦେବେ ହର୍ଷବର୍ଦ୍ଧନ ରାମେଶ୍ୱର। ଏଡିଟର ଭାବେ ନବୀନ ନୂଲିଙ୍କୁ ନିଆଯାଇଛି। ଫିଲ୍ମର ଚିତ୍ରନାଟ୍ୟ ଲେଖିଛନ୍ତି ନିରଞ୍ଜନ ଆୟଙ୍ଗର ଓ ଜେସିକା ଖୁରାନା। ୧୯୯୭ରେ ରାଜୀବ ମେନନଙ୍କ ତାମିଲ ଫିଲ୍ମ ‘ମିନସାରା କନାବୁ’ରେ ପ୍ରଭୁଦେବାଙ୍କ ସହିତ କାମ କରିଥିଲେ କାଜଲ। ଏହା ଥିଲା କାଜଲଙ୍କ ପ୍ରଥମ ତାମିଲ ଫିଲ୍ମ। ଏହି ଫିଲ୍ମରେ ଅରବିନ୍ଦ ସ୍ୱାମୀ ମଧ୍ୟ ଅଭିନୟ କରିଥିଲେ। ଫିଲ୍ମଟି ହିନ୍ଦୀରେ ‘ସପନେ’ ନାଁରେ ରିଲିଜ୍ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking