28.1 C
Bhubaneswar
Friday, July 11, 2025
Homeଅପରାଧପରୀକୁ କେବେ ମିଳିବ ନ୍ୟାୟ ?

ପରୀକୁ କେବେ ମିଳିବ ନ୍ୟାୟ ?

ନୟାଗଡ଼ : ନୟାଗଡ଼ ସଦର ଥାନା ଅଧୀନ ଯଦୁପୁର ଗ୍ରାମର ନାବାଳିକା ଅମ୍ରିତା ସ୍ନେହା ସାହୁ ଓରଫ୍ ପରୀ ହତ୍ୟାକାଣ୍ଡକୁ ତିନି ମାସରୁ ଅଧିକ ସମୟ ବିତିସାରିଛି । ଏହା ପରେ ମଧ୍ୟ ପୋଲିସ୍ ହତ୍ୟାକରୀଙ୍କ ନିକଟରେ ପହଂଚି ପାରିନାହିଁ । ପରୀ ହତ୍ୟାକାରୀକୁ ଧରିବାକୁ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ପରୀ ହତ୍ୟାକାରୀଙ୍କୁ ଧରିବା ଦାବିରେ ଆଜି ଆମରଣ ଅନଶନ ପଚଂମ ଦିନରେ ପହଂଚିଛି ।ଏହି ପରିପ୍ରେକ୍ଷୀରେ ଆଜି ନୟାଗଡ଼ର ବିଭିନ୍ନ ସ୍ଥାନରେ ପରୀ ହତ୍ୟାକାରୀକୁ ଧରି ନ୍ୟାୟ ପ୍ରଦାନ କରିବାକୁ ଠାକୁରଙ୍କ ନିକଟରେ ଦୀପଦାନ , ମହମବତୀ ପ୍ରଜ୍ୱଳନ କରାଯାଇଛି । ଆମରଣ ଅନଶନରେ ବସିଥିବା ସୂଚନା ଅଧୀକାରୀ କର୍ମୀ ଭୁବନଚନ୍ଦ୍ର ହାତୀ ଓ ଶାନ୍ତନୁ ବିଷୋୟୀଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମଧ୍ୟ ଆଶଙ୍କା ପ୍ରକାଶ ପାଇଲାଣି ।ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ମଧ୍ୟ ଅନଶନ ଜାରି ରଖିଛନ୍ତି । ଏହା ପୂର୍ବରୁ ହତ୍ୟାକାରୀଙ୍କୁ ଧରିବାକୁ ରାସ୍ତା ରୋକଠାରୁ ଆରମ୍ଭ କରି ଏସ୍‌ପି ଅଫିସ୍ ଘୋରାଉ କରାଯାଇଥିଲା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking