ନୟାଗଡ: ନୟାଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଯଦୁପୂର ଗ୍ରାମର ବହୁ ଚର୍ଚିତ ପରି ହତ୍ୟା କାଣ୍ଡର ତୁମ୍ବି ତୋଫାନ ପରେ ଭାରତୀୟ ଜନତା ପାର୍ଟି ନୟାଗଡ ଜିଲ୍ଲା ଆନୁକୂଲ୍ୟରେ ପରି କୁ ନ୍ୟାୟ ପାଇଁ ଗଣ ଧାରଣାର ଆଜି 13ଦିନ ରେ ପହଂଚିଛି । ଏହିଦିନରେ ପରୀକୁ ନ୍ୟାୟ ଦାବିରେ ଗଣଧାରଣା ରେ ଯୋଗ ଦେଇଛନ୍ତି । ତୁଙ୍ଗ ନେତା ସୁରେଶ ପୂଜାରୀ, ପ୍ରଥମେ ପରି ଆତ୍ମା ର ସଦଗତି ନିମନ୍ତେ ମାଟିର ମା, ଓ ପରି ଆତ୍ମା କୁ ସନମାନ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଓଡିଶା ସରକାରଙ୍କ ଏଭଳି କର୍ତଵ୍ୟ କୁ ନାପସନ୍ଦ କରି ପୋଲିସ ର ପାରିବା ପଣିଆ ଓ ଅପାରଗତା ଉପରେ ବର୍ଷିଥିଲେ ଓ ଏସଆଇଟି ଦେଇ ଥିବା ହାଇକୋଟ କୁ ପ୍ରାଥମିକ ରିପୋର୍ଟର ବିଷୟରେ ବକ୍ତବ୍ୟ ରଖି କହିଥିଲେ । ତଦନ୍ତ ରୁ ଖସିବା ଉପାୟ ଏସ ଆଇ ଟି ର, ଏଠାରୁ ଖସି ଅନ୍ୟମୁଣ୍ଡ ରେ ଅଠା ବୋଳିବା ଏମାନଙ୍କ କାମ ଯଦି ଏମାନେ ନପାରିବେ, ତାହାହେଲେ ସିବିଆଇ କୁ ଏ ତଦନ୍ତ ଭାରଦିଆ ଯାଉ ଓ କୃଷି ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ ବୋଲି କହିଥିଲେ ।