35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି

ସରପଞ୍ଚ ସ୍ୱାମୀଙ୍କ ଦବଙ୍ଗଗିରି

ଭବାନୀପାଟଣା,୧୭।୧୨/ଏନ୍ଏନ୍ଏସ୍  : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁଚା ଗାଁ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ଧରଣୀ ଦାସଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ। ଦୀର୍ଘ ଦିନରୁ ବେଆଇନ ଭାବେ କରୁଛନ୍ତି ସୁନା ଗହଣା ବନ୍ଧକ ବେପାର। ମିଳିଥିବା ସୂଚନା ଅନୁଯାୟୀ , ଜଣେ ୭୫ ବର୍ଷୀୟ ବୃଦ୍ଧା ମିଥିଲା ଭୋଇଙ୍କ ଠାରୁ ସୁନା ବନ୍ଧକ ବାବଦକୁ ୪ ହଜାର ଟଙ୍କା ଦେଇ କରୁଛନ୍ତି ୭ ହଜାର ଟଙ୍କା ର ହିସାବ । ଏ ନେଇ  ବୃଦ୍ଧା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି ଜୟପାଟଣା ଥାନାରେ । ସରପଞ୍ଚଙ୍କ ସ୍ୱାମୀ ହୋଇଥିବାରୁ ପଞ୍ଚାୟତ ଇଲାକାରେ ତିଳ କୁ ତାଳ କରି ରାଜ ଚଲେଇ ଥିବା ଧରଣୀଙ୍କ ଏବେ ଗୁମର ଫିଟିଛି । କେମିତି ସେ ନିରୀହ ଲୋକଙ୍କୁ ନାକେଦମ କରୁଛନ୍ତି ଏହି ଘଟଣାରୁ ଜଣାପଡୁଛି ।  ଗରିବ ଲୋକଙ୍କ ଗରିବୀର ଫାଇଦା ଉଠାଇ ଶେଷରେ ଶୋଷଣ କରୁଛନ୍ତି । ଏବେ ଜୟପାଟଣା ପୋଲିସ ଏହାର  ତଦନ୍ତ ଆରମ୍ଭ କରିଛି। ଆଗକୁ କଣ ହେବ ଏବଂ  ତାଙ୍କ ପ୍ରତି କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking