30.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ଭୁବନେଶ୍ୱର: ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ୨ ଜଣ ଜୁନିଅର ଆକାଉଣ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଡିଏଫଓ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ହୋଇଛି । ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଘର ସମେତ ୪ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

ଅନ୍ୟପଟେ ଖୋର୍ଦ୍ଧା ବାଲୁଗାଁର ନବୀନ ଚନ୍ଦ୍ର ବିଷୋୟୀ ବି ଭିଜିଲାନ୍ସ ଜାଲରେ ଫସିଛନ୍ତି । ନବୀନ ହେଉଛନ୍ତି ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଫିସ୍ର ଜୁନିଅର ଆକାଉଣ୍ଟାଣ୍ଟ । ନବୀନଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking