36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଦିଲ୍ଲୀ ହିଂସାରେ ପୁଲିସକୁ ଭର୍ତ୍ସନା କରିଥିବା ବିଚାରପତି ଏସ. ମୁରଲୀଧରଙ୍କ ବଦଳି

ଦିଲ୍ଲୀ ହିଂସାରେ ପୁଲିସକୁ ଭର୍ତ୍ସନା କରିଥିବା ବିଚାରପତି ଏସ. ମୁରଲୀଧରଙ୍କ ବଦଳି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ମାମଲାରେ ପୁଲିସକୁ ଭର୍ତ୍ସନା କରିଥିବା ଦିଲ୍ଲୀ ହାଇକୋର୍ଟ ବିଚାରପତି ଏସ. ମୁରଲୀଧରଙ୍କୁ ବଦଳି କରିଦିଆଯାଇଛି। ତାଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ ବଦଳି କରାଯାଇଥିବା ନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି। ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଗତ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ଶୁଣାଣି ହୋଇଥିଲା। ଶୁଣାଣି ବେଳେ ବିଚାରପତି ଏସ. ମୁରଲୀଧର ଦିଲ୍ଲୀ ପୁଲିସକୁ କଡ଼ା ଶବ୍ଦରେ ଭର୍ତ୍ସନା କରିଥିଲେ। ଦିଲ୍ଲୀରେ ପୁଣି ଏକ ୧୯୮୪ର ପୁନରାବୃତ୍ତି ହେବାକୁ ଦିଆଯିବ ନାହିଁ ବୋଲି ସେ କହିଥିଲେ। ଏହା ସହ ଗୁରୁବାର ମାମଲାର ଶୁଣାଣି ପାଇଁ ସେ ଦିନ ଧାର୍ଯ୍ୟ କରିଥିଲେ। ପରେ ମାମଲାର ଶୁଣାଣି ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠକୁ ସ୍ଥାନାନ୍ତର କରାଯାଇଥିଲା। ସୁପ୍ରିମକୋର୍ଟ କଲେଜିୟମ ଗତ ଫେବୃୟାରୀ ୧୨ରେ ଅନୁଷ୍ଠିତ ବୈଠକରେ ଜଷ୍ଟିସ ମୁରଲୀଧରଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟକୁ ସ୍ଥାନାନ୍ତର କରିବା ଲାଗି ସୁପାରିସ କରିଥିଲେ। ଏହା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ. ବୋବଡେଙ୍କ ସହିତ ବିଚାରବିମର୍ଶ କରିବା ପରେ ଜଷ୍ଟିସ ମୁରଲୀଧରଙ୍କୁ ବଦଳି କରାଯାଇଛି।ଏନେଇ ତେଜୁଛି ରାଜନୀତି ।
https://onakhabar.com/2020/02/27/delhi-caa-violence-32-death/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking