40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଆପ୍ କର୍ପୋରେଟରଙ୍କ ନାଁରେ ହତ୍ୟା ଅଭିଯୋଗ

ଆପ୍ କର୍ପୋରେଟରଙ୍କ ନାଁରେ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ସିଏଏ ବିରୋଧରେ ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଥିବା ହିଂସା ରେ ଆପ୍ କର୍ପୋରେଟର ତାହିର ହୁସେନଙ୍କ ହାତ ରହିଥିବା ଏବେ ଚର୍ଚ୍ଚା ହେଉଛି । ଏହି ହିଂସାରେ ମୃତ୍ୟୁବରଣ କରିଥିବା ଇଂଟେଲିଜେନସ ଅଫିସର ଅଙ୍କିତ ଶର୍ମା ଙ୍କ ମୃତ୍ୟୁ ପଛରେ ତାହିରଙ୍କ ହାତ ରହିଥିବା ଅଙ୍କିତଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏଥିପାଇଁ ସେମାନେ ତାହିରଙ୍କ ଉପରେ ସମସ୍ତ ଦୋଷ ଲଦି ଦେଇଛନ୍ତି । ଖାଲି ଏତିକି ନୁହେଁ ବରଂ ୨୫ ଫେବୃୟାରୀରେ ଚାନ୍ଦବାଗସ୍ଥିତ ଅଙ୍କିତଙ୍କ ଘର ଉପରକୁ ଢେଲା ପଥର ମାଡରେ ତାହିରଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି । ଆଉ ଏବେ ତାଙ୍କ ଘର ଛାତ ଉପରେ ବିପୁଳ ମାତ୍ରାରେ ପଥର ଓ ପେଟ୍ରୋଲ ବମ୍ ମଧ୍ୟ ଦେଖିବାକୁ ମିଳିଛି । ଏହି ଅଭିଯୋଗ ଆସିବା ପରେ ତାହିର ଏହାକୁ ଖଣ୍ଡନ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାର ସଫେଇ ଦେଇ ତାହିର କହିଛନ୍ତି ଯେ, ଘଟଣା ଘଟିବା ସମୟରେ ସେ ଘରେ ନଥିଲେ । ବିଜେପି ନେତା ତାଙ୍କୁ ବଦନାମ କରିବା ପାଇଁ ଏଭଳି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking