38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଭାରତୀୟ ବଜାରକୁ ଜନସନ୍ କମ୍ପାନୀର ଝଟକା

ଭାରତୀୟ ବଜାରକୁ ଜନସନ୍ କମ୍ପାନୀର ଝଟକା

ନୂଆଦିଲ୍ଲୀ: ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ୨୦୨୩ ମସିହାରେ ସାରା ଦୁନିଆରେ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି। ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚ ଜୋର ଧରିଛି । ତେବେ ଏହି କମ୍ପାନୀର ଡ୍ରଗ ମେକର କହିଛନ୍ତି ଯେ ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା କେଶ୍ କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବେବି ପାଉଡର ଦୁନିଆର ସବୁ ଦେଶରେ ବିକ୍ରି ସରିଛି , କିନ୍ତୁ ବର୍ତ୍ତମାନ ସାରା ଦୁନିଆରେ ଏହାର ପରିଚାଳନା ଗାଇଡଲାଇକୁ ଉଠାଇ ଦିଆଯିବ । ୨୦୨୦ ରେ କମ୍ପାନୀ ଆମେରୀକା ଓ କାନାଡାରେ ଏହି ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କାରଣ ଏହି ପାଉଡରେ ଆଜବେଷ୍ଟର ଏକ ପ୍ରକାର କ୍ଷତିକାରକ ଫାଇବର ମିଳଇଥିଲା, ଯାହାକି କ୍ୟାନ୍ସରର ମୁଖ୍ୟ କାରଣ ବୋଲି କୁହାଯାଇଥିଲା । ତେବେ ଗର୍ଭାଶୟ କ୍ୟାନ୍ସର ପାଇଁ ୩୫ ହଜାର ମହିଳା ଏହି କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ଫଳରେ ଆମେରୀକାରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ଚାହିଦା ହ୍ରାସ ପାଇଥିଲା । ଏହାପରେ କମ୍ପାନୀ ୨୦୨୦ ରେ ଆମେରୀକା ଓ କାନାଡାରେ ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କିନ୍ତୁ ଏବେ ମଧ୍ୟ ବ୍ରିଟେନ ସମେତ ଅନ୍ୟ ଦେଶରେ ମଧ୍ୟ ଏହି ବେବି ପାଉଡର ବିକ୍ରି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking