28.1 C
Bhubaneswar
Sunday, July 20, 2025
Homeଦେଶ ବିଦେଶବାଜି ମାରିଲେ ଜୋ ବାଇଡେନ୍

ବାଜି ମାରିଲେ ଜୋ ବାଇଡେନ୍

ୱାଶିଂଟନ୍: ୭୭ ବର୍ଷ ବୟସ୍କ ଜୋ ବାଇଡେନ୍‌ ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ଦ୍ବିତୀୟଥର ପାଇଁ ରିପବ୍ଲିକାନ୍‌ ଦଳରୁ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କୁ ସେ ହରାଇଥିବା ଆମେରିକୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ। ପେନ୍‌ସିଲ୍‌ଭାନିଆର ଭୋଟ୍‌ଗଣତି ପରେ ବାଇଡେନ୍‌ ରାଷ୍ଟ୍ରପତି ହେବା ପାଇଁ କୁହୁକ ସଂଖ୍ୟା ୨୭୦ ଅତିକ୍ରମ କରିଛନ୍ତି। ତାଙ୍କୁ ୨୭୩ ଇଲେକ୍ଟର(ସାଂସଦ)ଙ୍କ ସମର୍ଥନ ମିଳିଛି। ଡୋନାଲ୍ଡ ଟ୍ରମ୍ପ ୨୧୪ ସାଂସଦଙ୍କ ସମର୍ଥନ ହାସଲ କରିଛନ୍ତି। ଜୋ ବାଇଡେନ୍‌ ରାଷ୍ଟ୍ରପତି ନିର୍ବାଚିତ ହେବାପରେ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରତି ଆସ୍ଥାବ୍ୟକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି। କରୋନା କଟକଣା ଭିତରେ ଚଳିତବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ୧୬କୋଟି ମତଦାତା ମତସାବ୍ୟସ୍ତ କରିଛନ୍ତି; ଯାହାକି ଶତାବ୍ଦୀର ରେକର୍ଡ ବୋଲି କୁହାଯାଉଛି। ଏଥିସହ ଦ୍ବିତୀୟବାର ରାଷ୍ଟ୍ରପତି ପ୍ରାର୍ଥୀ ହୋଇ ହାରିବାରେ ଟ୍ରମ୍ପ ୩୬ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ବାଇଡେନ୍‌ଙ୍କ ଦଳର ଭାରତୀୟ ବଂଶୋଦ୍ଭବ କମଳା ହାରିସ୍‌ ଉପରାଷ୍ଟ୍ରପତି ଭାବେ ସ୍ପଷ୍ଟ ହୋଇଛି। ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବାରେ କମଳା ହେଉଛନ୍ତି ପ୍ରଥମ ଭାରତୀୟ ତଥା ଏସୀୟ ମହିଳା । ଆନୁଷ୍ଠାନିକ ଭାବେ ଜାନୁଆରୀ ୬ରେ ଫଳ ଘୋଷଣା ଓ ସେହି ମାସ ୨୦ରେ ଆମେରିକାର ନୂତନ ରାଷ୍ଟ୍ରପତି ଭାବେ ବାଇଡେନ୍‌ ଶପଥ ଓ କାର୍ଯ୍ୟଭାର ଗ୍ରହଣ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking