28.1 C
Bhubaneswar
Thursday, May 2, 2024
Homeବ୍ରେକୀଙ୍ଗବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ

ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର,(ଓଏନଏ ): ଆଜି ବିଜେପିରେ ଯୋଗ ଦେଇଛନ୍ତି ବାଲେଶ୍ୱରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ । ସେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ବାଲେଶ୍ୱର ଉପନିର୍ବାଚନ ପରେ ବିଜେଡିରୁ ସେ ବହିଷ୍କୃତ ହୋଇଥିଲେ । ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବିଦା କରାଯାଇଥିଲା । ପୂର୍ବରୁ ବିଜେପିରୁ ଆସି ବିଜେଡିରେ ମିଶିଥିଲେ ଜୀବନ ପ୍ରଦୀପ । ଆଜି ବିଜେପିକୁ ଫେରିବା ପରେ ଜୀବନଙ୍କ ଘର ବାହୁଡା ହୋଇଛି । ଘରକୁ ଫେରିଥିବାରୁ ସେ ବହୁତ ଖୁସି ବୋଲି କହିଛନ୍ତି । କୌଣସି ସର୍ତ୍ତ ନରଖି ଦଳକୁ ଫେରିଥିବା ସେ କହିଛନ୍ତି । ୨୦୧୯ରେ ବିଜେଡି ଟିକେଟ୍‌ରୁ ବାଲେଶ୍ୱରରେ ଲଢ଼ି ପରାଜିତ ହୋଇଥିଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ଉପନିର୍ବାଚନରେ ସେ ଟିକେଟ ଆଶାୟୀ ଥିଲେ। ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ମଧ୍ୟ ଟିକେଟ ଆଶାୟୀ ଥିଲେ। ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତଃକନ୍ଦଳ ପରେ ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଯାଇ ଏହାର ସମାଧାନ କରିଥିଲେ। ଶେଷରେ ନୂଆ ମୁହଁ ଭାବେ ସ୍ୱରୂପ ଦାସଙ୍କୁ ଟିକେଟ୍‌ ଦେଇଥିଲା ବିଜେଡି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking