27.8 C
Bhubaneswar
Friday, April 19, 2024
HomeUncategorizedନେତାଜୀଙ୍କ ଆଜାଦ ହିନ୍ଦ ଫୌଜ

ନେତାଜୀଙ୍କ ଆଜାଦ ହିନ୍ଦ ଫୌଜ

ଭୁବନେଶ୍ୱର :  ‘ଆମକୁ ଆମ ରକ୍ତ ଦେବାକୁ ହେବ , ତ୍ୟାଗ କରିବାକୁ ହେବ ।  ଆମେ  ବଞ୍ଚିବା କି ନାହିଁ ଜଣାନାହିଁ କିନ୍ତୁ ଶେଷରେ ଆମେ ସଫଳ ନିଶ୍ଚୟ ହେବା’ କିମ୍ବା ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି’ । ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏହି ନାରା ଆଜି ମଧ୍ୟ ସ୍ୱାଧୀନ ଭାରତର ପ୍ରତ୍ୟେକ ନାଗରିକ ମାନଙ୍କ ମନରେ ଜୀବିତ ହୋଇ ରହିଛି । ଇଂରେଜ ଶାସନ କାଳରେ ସେ ଥିଲେ ଏକ ମାତ୍ର ନେତା ଯିଏ ଇତିହାସରେପ୍ରଥମ ଥର ପାଇଁ ଦେଶ ବାହାରକୁ ଯାଇ ଏକ ବିଶାଳ ସୈନ୍ୟ ଗଠନ କରିଥିଲେ ।

୨୩ ଜାନୁଆରୀ ୧୮୯୭ରେ ନେତାଜୀଙ୍କ ଜନ୍ମ ହୋଇଥିଲା । ପିତା ଜାନକୀ ନାଥ ବୋଷ ତାଙ୍କ ଡାଏରୀରେ ଲେଖିଥିଲେ ‘ ମୁଁ ଆଜି ବହୁତ ସକାଳୁ ଉଠି ଯାଇଥିଲି , ମୋ ପତ୍ନୀଙ୍କୁ ସେତେବେଳେ କଷ୍ଟ ହେଉଥିଲା ଓ ଅପରାହ୍ନରେ ଆମର ଏକ ପୁତ୍ର ସନ୍ତାନ ହୋଇଥିଲା’ । ଜାନକୀ ନାଥଙ୍କର ଏହି ଡାଏରୀର ହୋଇଥିବା ଲେଖା ଏବେ ମଧ୍ୟ ସୁରକ୍ଷିତ ଅବସ୍ଥାରେ ରହିଛି । ସୁଭାଷ ଚନ୍ଦ୍ର ବୋଷ ଜଣେ ଦେଶଭକ୍ତ ଥିଲେ । ଭାରତ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନ ହୋଇଥିଲା । କିନ୍ତୁ ଏହାର ୪ ବର୍ଷ ପୂର୍ବେ ୨୧ ଅକ୍ଟୋବର ୧୯ ୪୩ରେ ନେତାଜୀ ଜାପାନର ସହାୟତାରେ ସିଙ୍ଗାପୁର ଠାରେ ଆଜାଦ ହିନ୍ଦ ସରକାରର ସ୍ଥାପନା କରିଥିଲେ । ଏହି ସରକାରର ନିଜର କ୍ୟାବିନେଟ ଥିଲା ଓ ନେତାଜୀ ନିଜେ ହିଁ ଏହି ସରକାରର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଯୁଦ୍ଧ ମନ୍ତ୍ରୀ ଥିଲେ । ସେହି ସମୟରେ ୯ ଟି ଦେଶ ଏହି ସରକାରକୁ ମାନ୍ୟତା ମଧ୍ୟ ଦେଇସାରିଥିଲା । ୨ୟ ବିଶ୍ୱଯୁଦ୍ଧରେ ଇଂରେଜ ସେନାଙ୍କ ଦ୍ୱାରା ଧରାପଡ଼ିଥିବା ୫୦ ହଜାର ଭାରତୀୟ ଯୁଦ୍ଧ ବନ୍ଦୀ ଏହି ଆଜାଦ ହିନ୍ଦ ଫୌଜରେ ସାମିଲ ହୋଇଥିଲେ ।
ନେତାଜୀ ନାରୀ ନେତ୍ରୀ ମାନଙ୍କ ପାଇଁ ମଧ୍ୟ ଏହି ଫୌଜରେ ଏକ ବିଶେଷ ଝାନ୍ସୀ ରାଣୀ ରେଜିମେଣ୍ଟ ବନାଇଥିଲେ ଓ ସେଠାରେ ‘ଚଲୋ ଦିଲ୍ଲୀ’ ର ନାରା ଦେଇଥିଲେ । ସେଠାରୁ ଆସି ୩୦ ଡିସେମ୍ବର ୧୯୪୩ ରେ ଆଣ୍ଡାମାନ ନିକୋବର କବଜା କରି ଆଜାଦ ହିନ୍ଦ ଫୌଜ ଦ୍ୱାରା ଦେଶରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତାଳନ କରାଇଥିଲେ ।

ନେତାଜୀ ହିଁ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଆଜାଦ ହିନ୍ଦ ଫୌଜ ଆକାଶବାଣୀ ସେଣ୍ଟର ସିଙ୍ଗାପୁରୁ ଠାରେ ୬ ଜୁଲାଇ ୧୯୪୬କୁ ମାହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପିତା ବୋଲି ସମ୍ବୋଧନ କରିଥିଲେ ଓ ସ୍ୱାଧୀନତାର ସଂର୍ଘଷ ପାଇଁ ଆର୍ଶୀବାଦ ମାଗିଥିଲେ । ଏହିଠାରୁ ମହାତ୍ମା ଗାନ୍ଧୀଜୀଙ୍କୁ ରାଷ୍ଟ୍ରପିତାର ମାନ୍ୟତା ମିଳିଥିଲା । ଏହିପରି ଭାବରେ ନେତାଜୀ ସମଗ୍ର ଭାରତର ୧୩୫ କୋଟି ଲୋକଙ୍କର ନାୟକ ଥିଲେ । ଯାହାପାଇଁ ଭାରତବାସୀ ସର୍ବଦା ରୁଣୀ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking