29.1 C
Bhubaneswar
Sunday, May 19, 2024
Homeଓଡିଶାଅଟକ ଝାଡ଼ଖଣ୍ଡ ୧୬ଜଣ ଶ୍ରମିକଙ୍କୁ ଥଇଥାନ କଲା ପୌରପରିଷଦ

ଅଟକ ଝାଡ଼ଖଣ୍ଡ ୧୬ଜଣ ଶ୍ରମିକଙ୍କୁ ଥଇଥାନ କଲା ପୌରପରିଷଦ

ଜଟଣୀ : ଦେଶରେ ଲକ୍ ଡାଉନ୍ ଯୋଗୁଁ କାର୍ଯ୍ୟ ଅନ୍ୱେଷଣରେ ଆସିଥିବା ବିଭିନ୍ନ ରାଜ୍ୟର ଲୋକମାନେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି । ଏହି କ୍ରମରେ ଝାଡ଼ଖଣ୍ଡର ୧୬ ଜଣ ଶ୍ରମିକଙ୍କୁ ଆଜି ଉଦ୍ଧାର କରାଯାଇ ଅସ୍ଥାୟୀ କେନ୍ଦ୍ରରେ ରଖାଯାଇଛି । ଏହାର ଦାୟିତ୍ୱ ଜଟଣୀ ପୌରପରିଷଦ ବହନ କରିବ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଦଧୀମାଛଗାଡିଆରେ ଥିବା ଏକ କ୍ରସର୍‌ରେ ଝାଡ଼ଖଣ୍ଡର ୫୦ରୁ ଊର୍ଦ୍ଧ୍ୱ ଶ୍ରମିକ କାମ କରୁଥିଲେ । ଲକ୍ ଡାଉନ୍ ଘୋଷଣା ପରେ ଖାଦ୍ୟପେୟ ଅଭାବରୁ ଏମାନଙ୍କ ମଧ୍ୟରୁ ୧୬ଜଣ ରବିବାରେ ଲୁଚି ପଳାଇ ଆସିଥିଲେ । ଚାଲି ଚାଲି ଆସି ମାତ୍ର ମଧ୍ୟାହ୍ନରେ ଜଟଣୀରେ ପହଞ୍ଚିବା ପରେ ଦଲାଲଙ୍କ ହାବୁଡରେ ପଡିଯାଇଥିଲେ । ଝାଡ଼ଖଣ୍ଡରେ ଛାଡିଦେବାକୁ କହି ଦଲାଲମାନେ ସେମାନଙ୍କ ସହିତ ମୂଲଚାଲ କରିଥିଲେ । ସେହି ସମୟରେ ସେପଟେ ଯାଉଥିବା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ପୁଅ କ୍ୟାପଟେନ ମନ୍ମଥ ରାଉତରାୟ ସେମାନଙ୍କୁ ଦେଖି ପଚରାଉଚରା କରିଥିଲେ । ସମସ୍ତ ଘଟଣା ଜାଣିବା ପୌର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ନିର୍ବାହୀ ଅଧିକାରୀ ତପନ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାରକରି ସ୍ଥାନୀୟ ହିନ୍ଦୀ ପ୍ରକଳ୍ପ ସ୍କୁଲରେ ଅସ୍ଥାୟୀ ଭାବେ ଥଇଥାନ କରିବା ସହ ଖାଦ୍ୟପେୟର ତୁରନ୍ତ ବ୍ୟବସ୍ଥା କରିଥିଲେ । ଲକ୍ ଡାଉନ୍ ଘୋଷଣା ପରେ ଯିଏ ଯେଉଁଠି ଥିଲା ସେହି ସ୍ଥାନରେ ଅଟକି ରହିଛନ୍ତି । ଲକ୍ ଡାଉନ୍‌ର ଦୁଇଦିନ ପରେ ଖୋର୍ଦ୍ଧାରୋଡ ଷ୍ଟେସନ ପରିସର ଓ ଜାତୀୟ ରାଜପଥର ତଳଖେତା ଛକଠାରୁ ୨୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିଲା । ଏହି କ୍ରମରେ ଶହଶହ ସଂଖ୍ୟକ ଶ୍ରମିକ, ଯାଯାବର, ଭିକ୍ଷୁକ, ମାନସିକ ବିକାରଗ୍ରସ୍ତ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking