28.1 C
Bhubaneswar
Saturday, April 20, 2024
Homeଓଡିଶାଲକଡାଉନ୍ ସମସ୍ୟା : ଗାଁ’ରେ ପଶି ପିଟିଲେ ବିଡିଓ ଓ ପୁଲିସ

ଲକଡାଉନ୍ ସମସ୍ୟା : ଗାଁ’ରେ ପଶି ପିଟିଲେ ବିଡିଓ ଓ ପୁଲିସ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ ପୁଲିସ ଓ ପ୍ରଶାସନ ଲକ୍ ଡାଉନ୍‌କୁ ଆଳ କରି ମାଫିଆଗିରି ଚଳାଇଥିବା ଅଭିଯୋଗ ହୋଇଛି । ପୁଲିସ ସାଧାରଣ ଲୋକଙ୍କୁ ବିଭିନ୍ନ ଆଳରେ ନିସ୍ତୁକ ମାଡ଼ ମାରୁଥିବା ବେଳେ ଏଥିରେ ପ୍ରଶାସନିକ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି । ସାମାଜିକ ଦୂରତା ଅବଲମ୍ବନ ଅଥବା ଲକ୍ ଡାଉନ୍ ନିୟମ କଡ଼ାକଡ଼ି କରିବା ପାଇଁ ପୁଲିସ ଲୋକଙ୍କୁ ସଚେତନ କରିବା ବଦଳରେ ଏଭଳି ଅକଥନୀୟ ନିର୍ଯାତନା ଦେବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ତେଣ୍ଡାବାଡ଼ି ପଞ୍ଚାୟତ ସାକେଣୀ ଗ୍ରାମର ହୋଇଥିବା କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନେଇ କିଛିଦିନ ତଳେ ବିବାଦ ଉପୁଜିଥିଲା । ଏହି ସେଣ୍ଟରଟି ସ୍ଥାନୀୟ ହରିଜନସାହିର ଅଳ୍ପ ଦୂରରେ ଥିବା ଏକ ବିଦ୍ୟାଳୟରେ ନିର୍ମାଣ କରାଯାଇଥିଲା । ଗ୍ରାମକୁ ବାହାରୁ ଫେରିଥିବା ୧୫ ଜଣଙ୍କୁ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିଲା । ଯାହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଗ୍ରାମର ଆଶାକର୍ମୀଙ୍କୁ କିଛି ଲୋକ ଦୁର୍ବ୍ୟବହାର ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗ୍ରାମର ସବର୍ଣ୍ଣ ଓ ଅସବର୍ଣ୍ଣଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ଓ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡି କିଛି ପୁଲିସ କର୍ମଚାରୀଙ୍କୁ ନେଇ ଉକ୍ତ ଗାଁକୁ ଯାଇଥିଲେ । ତହସିଲଦାରଙ୍କ ଉପସ୍ଥିତିରେ ଦଶପଲ୍ଲା ବିଡିଓ ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି । ତାଙ୍କ ସହିତ ଦଶପଲ୍ଲା ଥାନାରେ କାର୍ଯ୍ୟରତ କନଷ୍ଟେବଳ ବିଶ୍ୱଜିତ ମହାପାତ୍ର ଲୋକଙ୍କୁ ଗୋରୁଗାଈ ଭଳି ପିଟୁଥିବା ଦେଖିବାକୁ ମିଳିଛି । ଦଶପଲ୍ଲା ବିଡିଓଙ୍କ ସହ ଜଣେ ଜେଇ ଓ ଜିଆର୍‌ଏସ୍ ଏବଂ କିଛି ବ୍ଲକ୍ କର୍ମଚାରୀ ହାତରେ ଲାଠିଧରି ବୁଲୁଥିବା ଦେଖିବାକୁ ମିଳିଛି । ଗ୍ରାମର ଦଶରୁ ଊର୍ଦ୍ଧ୍ୱ ଲୋକଙ୍କୁ ବ୍ଲକ୍ ପ୍ରଶାସନ ଓ ପୁଲିସ ପ୍ରଶାସନ ନିର୍ଦ୍ଧୁମ ଛେଚିଥିବା ବେଳେ ବିଡିଓ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଜଣାଯାଇଛି । ଏପରିକି ଗ୍ରାମର ମହିଳାଙ୍କୁ ବିଡିଓ ଘରେ ପଶି ଉଠାଇ ନେବାକୁ ଗାଁ ମଝିରେ ଧମକ ଦେବା ସହ ଗ୍ରାମବାସୀଙ୍କୁ ତମର କେତେଟା ବାପା ବୋଲି ପଚାରୁଥିବା ଭିଡିଓରୁ ଜାଣିବାକୁ ମିଳିଛି । ଏହି ସମସ୍ତ ଘଟଣାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking