21.1 C
Bhubaneswar
Thursday, January 23, 2025
Homeଦେଶ ବିଦେଶଚୀନ୍‌ର ମାଇକ୍ରୋଚିପ୍ ନିର୍ମାଣରେ ପ୍ରତିବନ୍ଧକ ଲଗାଇଲା ଜାପାନ

ଚୀନ୍‌ର ମାଇକ୍ରୋଚିପ୍ ନିର୍ମାଣରେ ପ୍ରତିବନ୍ଧକ ଲଗାଇଲା ଜାପାନ

ଟୋକିଓ: ଜାପାନକୁ ଚୀନ୍‌ର ବିରୋଧ । ଚୀନ୍ ନିର୍ମିତ ବିଭିନ୍ନ ମାଇକ୍ରୋ ଏବଂ ଇଲୋକ୍ଟ୍ରନିକ୍ସ୍ ଚିପ୍‌ର ସମାଗ୍ରୀ ଉପରେ ଜାପାନ ପ୍ରତିବନ୍ଧକ ଲଗାଇଛି । ଜାପାନରୁ ଏହି ଜିନିଷ ଆମଦାନୀ କରି ଚୀନ୍ ବିଭିନ୍ନ ଚିପ୍ ତିଆରି କରୁଥିଲା । ମାତ୍ର ଜାପାନ୍‌କୁ ଶତ୍ରୁ ପରି ବ୍ୟବହାର କରୁଥିବା ଚୀନ୍ ଏହାର ସାମରିକ ଶକ୍ତି ବୃଦ୍ଧି କରିବା ସହ ଜାପାନକୁ ଘେରିବା ପାଇଁ ଚେଷ୍ଟା କରୁଥିଲା । ଜାପାନ ଇଲୋକ୍ଟ୍ରନିକ୍ସ୍ ଚିପ୍‌ର ନିର୍ମାଣ ସମାଗ୍ରୀ ଉପରେ ଜାପାନ ପ୍ରତିବନ୍ଧକ ଲଗାଇବା ପରେ ଚୀନ୍ ପକ୍ଷରୁ ଏହାକୁ ବିରୋଧ କରିଛି । ଚୀନ୍‌ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ୍ ଜାପାନର ଏହି ପଦକ୍ଷେପକୁ ବିରୋଧ କରିବା ସହ ଚୀନ୍ ଜାପାନ ଉପରେ ଅସନ୍ତୁଷ୍ଟ ଥିବା କଥା ଦର୍ଶାଇଛନ୍ତି । ଜାପାନ୍ ୨୩ ପ୍ରକାରର ସେମିକଣ୍ଡକ୍ଟର ନିର୍ମାଣ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଛି । ପୂର୍ବରୁ ଆମେରିକା ଚୀନ୍ ଅଧିକ ଅତ୍ୟାଧୁନିକ୍ ଚିପ୍ ନିର୍ମାଣକୁ ବିରୋଧ କରିଥିଲା । ଏବେ ଜାପାନ୍‌ର ଚିପ୍ ନିର୍ମାଣକାରୀ କମ୍ପାନୀ ନିକନ ଏବଂ ଟୋକିଓ ଇଲୋକ୍ଟ୍ରନିକ୍ସ ଚୀନ୍‌ର ନାମ ନ ନେଇ ଏହି ପ୍ରତିବନ୍ଧକ କଥା ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ଶାନ୍ତି ଏବଂ ସ୍ଥିରତା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କଥା ଏହି କମ୍ପାନୀମାନେ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking