28.1 C
Bhubaneswar
Friday, April 26, 2024
Homeଓଡିଶାଯାଜପୁର ସଦର ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ଯାତ୍ରୀ ବିଶ୍ରାମ ଚେୟାର ପଡିଲା

ଯାଜପୁର ସଦର ବରୁଆଁ ଛକରେ ନୂଆ ଆଲୋକ ଦ୍ୱାରା ଯାତ୍ରୀ ବିଶ୍ରାମ ଚେୟାର ପଡିଲା

ଯାଜପୁର: ଯାଜପୁର ଜିଲ୍ଲାର ଅନନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନୂଆ ଆଲୋକ ଦ୍ୱାରା ଦୀର୍ଘ ୨ ବର୍ଷ ଧରି ବିଭିନ୍ନ ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରଖିଥିବା ବେଳେ , ଆଜି ସାର୍ବଜନୀନ ସେବାରେ ଲାଗିବା ପାଇଁ ଯାଜପୁର ସଦର ଅନ୍ତର୍ଗତ ବରୁଆଁ ଛକରେ ଏକ କାଳୀନ ୨୫ ଜଣ ଯାତ୍ରୀ ବସିବା ସହିତ ବିଶ୍ରାମ ନେବା ପାଇଁ ୫ ଗୋଟି ଲମ୍ବା ବେଂଚର ବ୍ୟବସ୍ଥା କରାଯାଇଛି । ତେବେ ଏହି ଯାତ୍ରୀ ସେବା କାର୍ଯ୍ୟକ୍ରମରେ ସଦର ଥାନା ଅଧିକାରୀ ବଂଶୀଧର ବେହେରା ଙ୍କ ସମେତ ବରିଷ୍ଠ ସମାଜସେବୀ ତଥା ନୂଆ ଆଲୋକ ଉପେଦଷ୍ଠା ସମର ବିଜୟ ଶରଣ, ଶିକ୍ଷାବିତ ଗାୟତ୍ରୀ ନାୟକ, ବରୁଆଁ ବଜାର କମିଟି ସଭାପତି ପ୍ରକାଶ ଚନ୍ଦ୍ର ପରିଡା, ପୂର୍ବତନ ସରପଂଚ ଗଦାଧର ଦାସ ଆଦି ଅନୁଷ୍ଠାନର ହିତୈସୀ ମାନେ ଯୋଗଦାନ କରି ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏଠାରେ ପ୍ରକାଶ କରାଯାଇ ପାରେ କି ବରୁଆଁ ଛକର ବରୀ ବ୍ଲକ କୁ ଯିବା ପାଇଁ ରାସ୍ତା ଓ ଯାଜପୁର ଟାଉନ , ସିଂହପୁର ଆଦି ସ୍ଥାନକୁ ଯିବା ପାଈଁ ବସ ରହଣୀ ସ୍ଥଳରେ ଯାତ୍ରୀ ଜଣେ ବସକୁ ପ୍ରତୀକ୍ଷା କରି ଘଣ୍ଟା ଘଣ୍ଟା ରହିଲେ ବି ବିଶ୍ରାମ ଟିକେ କରିବାକୁ ସୁବିଧା ନଥିଲା । ନୂଆ ଆଲୋକ ଅନୁଷ୍ଠାନ ଏତାଦୃଶ ଅସୁବିଧାକୁ ଅନୁଧ୍ୟାନ କରି ସେଠାରେ ଚେୟାର ର ବ୍ୟବସ୍ଥା କରିଥିବା କଥା ଅନୁଷ୍ଠାନ ପ୍ରକାଶ କରିଛି । ଏହି କାର୍ଯ୍ୟକ୍ରମରେ ନୂଆ ଅଲୋକର ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସାକାର ରୂପ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking