37.2 C
Bhubaneswar
Friday, April 19, 2024
Homeରାଜନୀତିନିର୍ବାଚନ ପ୍ରଚାର ଜୋସରେ ଆସି ହୋସ ହରାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ନିର୍ବାଚନ ପ୍ରଚାର ଜୋସରେ ଆସି ହୋସ ହରାଇଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶରେ ଉପନିର୍ବାଚନ ନଭେମ୍ବର ୩ରେ ଆରମ୍ଭ ହେବାକୁ ଯାଉଛି । ଏନେଇ ସବୁଦଳର ନେତା ଭୋଟ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ଏବଂ ପ୍ରଚାର ପ୍ରସାର ଆରମ୍ଭ କରିଛନ୍ତି ।ଏନେଇ ବିଜେପିର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ଦଳ ପାଇଁ ଜୋରଦାର ପ୍ରଚାର ପ୍ରସାର କରିଛନ୍ତି ।ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସହ ମିଶି ସେ ୨୮ଟି ସିଟ୍ ପାଇଁ ମାରାତାନ ରାଲି କରୁଛନ୍ତି ।ଏନେଇ ସେ ଭୋଟ ପାଇଁ ଜନସାଧାରଣଙ୍କର ନିକଟତର ହୋଇ ଭୋଟ ପାଇଁ ଆବେଦନ କରୁଛନ୍ତି ।କିନ୍ତୁ ମଧ୍ୟପ୍ରଦେଶର ଗ୍ୱାଲିୟରରେ ଥିବା ଡାବ୍ରା ସହରରେ ବିଜେପି ପାର୍ଥୀ ଇମର୍ତୀ ଦେବୀଙ୍କ ପାଇଁ ପ୍ରଚାର କରୁଥିବା ବେଳେ ଅଧିକ ଜୋସରେ ଆସି ହୋସ୍ ହରାଇ କହିଥିଲେ ପଦ୍ମ ଚିହ୍ନ ବଦଳରେ ହାତ ଚିହ୍ନରେ ଭୋଟ ଦେବା ପାଇଁ କହିଥିଲେ । ସାଙ୍ଗେ ସାଙ୍ଗେ ନିଜ କଥା ଫେରାଇ ବିଜେପିକୁ ଭୋଟ ଦେବା ପାଇଁ କହିଥିଲେ ମଧ୍ୟ ଏହାର ଫାଇଦା ଉଠାଇଛନ୍ତି କଗ୍ରେସ ଦଳ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅଧିକ ଭାବରେ ଭାଇରାଲ ହେବାରେ ଲାଗିଛି ।କଗ୍ରେସ ମଧ୍ୟ ଏହାକୁ ଏଡିଟ୍ କରି ନିଜ ପ୍ରଚାର ପ୍ରସାରକୁ ଆହୁରୀ ଜୋରଦାର କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking