ଯାଜପୁର : ଯାଜପୁର ଜିଲା ବିଝାଂରପୁର ବ୍ଲକ ପିତିପୁର ଅଂଚଳର ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଗ୍ରାମ ପଂଚାୟତ ଅଫିସ ସମୁଖରେ ଧାରଣା । ଲଘୁଚାପ ବର୍ଷା ଏବଂ ବନ୍ୟାଯୋଗୁଁ ପ୍ରିତିପୁର ପଚାଂୟତରେ ସମସ୍ତ ଧାନଫସଲ ନଷ୍ଟ ହୋଇଯାଇଛି । ଏପରିକି ବନ୍ୟା ସମୟରେ ସାଧାରଣ ଗରିବ ଚାଷୀମାନେ ନାନା ହଇରାଣ ହରକତ ହୋଇଥିଲେ । ହେଲେ ସରକାର ଏହି ପଚାଂୟତକୁ ଅଣଦେଖା କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସରକାରଙ୍କ ଦ୍ୱାରା ଘୋଷିତ ୫୦୦ ଟଙ୍କା ଏବଂ ପଚାଶ କେଜି ଚାଉଳ ଅନେକ ଯୋଗ୍ୟ ହିତାଧିକାରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ଗ୍ରାମବାସୀମାନଙ୍କ ପକ୍ଷରୁ ଧାରଣା ଦିଆଯାଇଛି । ଜିଲାପ୍ରଶାସନ ଏବଂ ବ୍ଳକ ପ୍ରଶାସନକୁ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କୈଣସି ସହାୟତା ମିଳିନଥିବା ଅଭିଯୋଗ କରିଛନ୍ତି । ଯଦି ଆଗାମି ଦିନରେ ଚାଷୀମାନଙ୍କ ବିଭିନ୍ନ ଦାବୀ ପୂରଣ ନହୁଏ ରାଜରାସ୍ତାକୁ ଆସିବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।