ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ବ୍ଲକ ବାଲିଚନ୍ଦ୍ରପୁର ଥାନା ଅଧିନ ବଡବାଲିକୁଦା ପଂଚାୟତ ଜନକ ଗ୍ରାମର ଜଣେ ଆର୍ମି ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାକୁ ନେଇ ଦୁର୍ଘଟଣା ନା ହତ୍ୟା କୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଘଟଣା ଉପରେ ଗ୍ରାମବାସୀମାନେ ନାନଦି ଚର୍ଚ୍ଚା ଲାଗିରହିଛି । କେହି କେହି ଏହାକୁ ସୁଚିନ୍ତିତ ହତ୍ୟା କାଣ୍ଡ ବୋଲି କହୁଥିବା ବେଳେ ଏହା ଉପରେ ସଠିକ ତଦନ୍ତ ହେବା ପାଇଁ ଦାବି କରିଛନ୍ତି । ମିଳିଥିବା ସୂଚନା ମୁତାବକ ଜନକ ଗ୍ରାମର ମହେଶ୍ୱର ଜେନାସାମନ୍ତଙ୍କ ପୁଅ ଜିତେନ୍ଦ୍ର ମୋହନ ଜେନାସାମନ୍ତ(୩୮) ଆର୍ମିରେ ଚାକିରୀ କରନ୍ତି । ସେ ଛୁଟିରେ ୨ଦିନ ତଳୁ ଗ୍ରାମକୁ ଫେରିଥିଲେ । ଗତକାଲି ରାତି ୯ଟାରେ ମଧ୍ୟ ଗ୍ରାମର ନଦୀ ବନ୍ଧ ଉପରେ ବୁଲୁଥିବାର ଲୋକେ ଦେଖିଛନ୍ତି । ହେଲେ ସକାଳୁ ଧର୍ମଶାଳା ଥାନା ବ୍ରହ୍ମବରଦା ପାଣ୍ଡି ଅନ୍ତର୍ଗତ ଅରାବଳ, ବନ୍ଦଡିହ ନିକଟସ୍ଥ ଆନାବାଦି ରାସ୍ତା କଡରୁ ତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।
ତେବେ ଗାଡିରୁ ବନ୍ଧର ରାସ୍ତା ଉପରେ ଘୋଷାଡି ହୋଇଯାଇଥିବା ଚିହ୍ନ ରହିଥିବା ବେଳେ ବନ୍ଧ ତଳେ ହିରୋ ମଟସାଇକେଲ ୟୁନିକନ୍ ତଳେ କେବଳ ଗୋଡ ମୁହଁ ମାଡି ପଡି ରହିଥିବା ଦେଖିବାକୁ ମିଳିଛି । ତେବେ ଗୋଟିଏ ଗୋଡ ମଟରସାଇକେଲ ତଳେ ରହିଲେ କେହି ମୃତ୍ୟୁ ବରଣ କରିବେ ନାହିଁ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଛନ୍ତି । ଅନ୍ୟପଟରେ ମଟରସାଇକେଲ ଯେଉଁପଟକୁ ପଡିଛି ସେପଟର ମିରର ଭାଙ୍ଗି ନଥିବା ବେଳେ ଅପଟ ପଟର ମିରରଟି ଭାଙ୍ଗି ଯାଇଛି । ତେବେ ଏଭଳି ଅନେକ ଘଟଣା ପାଇଁ ତାଙ୍କୁ ହତ୍ୟା କରାଯାଇ ପିଙ୍ଗା ଯାଇଥିବା କୁହାଯାଉଛି । ତାଙ୍କ ସ୍ତ୍ରୀ ପୋଲିସ ବିଭାଗରେ ମଧ୍ୟ ଚାକିରୀ କରୁଛନ୍ତି । ତେବେ ପୋଲିସ ସଠିକ୍ ତଦନ୍ତ କଲେ ଘଟଣା ଉପରୁ ପକୃତ ରହସ୍ୟ ଉଠିବ ବୋଲି ସାଧରଣରେ