30.1 C
Bhubaneswar
Friday, May 3, 2024
Homeଓଡିଶାଅଲ ଇଣ୍ଡିଆ ଡିୱାଇଓ ଓ ବେକାରୀ ଯୁବ ସଂଗ୍ରାମ କମିଟି ଉଦ୍ୟମରେ ଅନଲାଇନ ଜରିଆରେ ସର୍ବ...

ଅଲ ଇଣ୍ଡିଆ ଡିୱାଇଓ ଓ ବେକାରୀ ଯୁବ ସଂଗ୍ରାମ କମିଟି ଉଦ୍ୟମରେ ଅନଲାଇନ ଜରିଆରେ ସର୍ବ ଭାରତୀୟ ଯୁବ କନଭେନସନ

ଯାଜପୁର : ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଡିୱାଇଓ  ସର୍ଵଭାରତୀୟ ସାଧାରଣ ସମ୍ପାଦିକା କମ୍ରେଡ ପ୍ରତିଭା ନାୟକ l ପ୍ରାରମ୍ଭିକ ସଙ୍ଗୀତ ଗାନ ମଧ୍ୟ ଦେଇ କନଭେନସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ସର୍ବ ପ୍ରଥମେ ମୁଖ୍ୟ ଅତିଥି ଆଡଭୋକେଟ ଜେନେରାଲ ଆନନ୍ଦ ମାଥୁର ଉଦ୍ଘାଟନୀ ବକ୍ତବ୍ୟ ରଖିଥିଲେ l ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ କୁ ସହନ୍ତି ଜଣାଇ ଏକ ବାର୍ତା ପାଠ କରାଯାଇଥିଲା l ଡି ୱାଇ ଓ ର ସର୍ବ ଭାରତୀୟ ଉପସଭାପତି କମ୍ରେଡ ଜି ଶଶୀକୁମାର ମୁଖ୍ୟ ଚିଠା ପ୍ରସ୍ତାବ ଆଗତ କରି ଥିଲେ l ଏହି ଚିଠା ପ୍ରସ୍ତାବ ସମର୍ଥନରେ ଦେଶର ବିଭିନ୍ନ ରାଜ୍ୟର ଯୁବ ନେତାମାନେ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଓଡିଶା ରାଜ୍ୟ କମିଟି ପକ୍ଷରୁ ରାଜ୍ୟ ସଭାପତି ବିଜୟାନନ୍ଦ ମଲ୍ଲିକ ଏହି ମୁଖ୍ୟଚିଠା ପ୍ରସ୍ତାବ ଉପରେ ବକ୍ତବ୍ୟ ରଖିଥିଲେ l

ଏହା ବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟସେବା, ଅସଙ୍ଗଠିତ କ୍ଷେତ୍ର, ପଦବୀ ଉଛେଦ ଓ ବିଭିନ୍ନ କ୍ଷେତ୍ରର ଘରୋଇ କରଣ ଉପରେ ଚିଠା ପ୍ରସ୍ତାବ ମାନ ଆଗତ କରାଯାଇଥିଲା l ଡି ୱାଇ ଓ ରାଜ୍ୟସମ୍ପାଦକ କେଦାରନାଥ ସାହୁ କରୋନା ମହାମାରୀ ଉପରେ ଏକ ଚିଠା ପ୍ରସ୍ତାବ ଆଗତ କରିଥିଲେ lଏହି ସବୁ ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା ହୋଇ ସେଗୁଡିକ କନଭେନସନରେ ଗୃହୀତ ହୋଇଥିଲା। ଓଡିଶାର ବିଭିନ୍ନ ଜିଲ୍ଲାରୁ ଏହି କନଭେନସନ ସହିତ ଚାରି ଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେଯୁକ୍ତ ହୋଇ ଥିଲେ।

ଯୁବ ନେତା ମାନସ ପାଳ, ଚୈତନ୍ୟ ମହାରଣା, ମନୋଜ ମହାନ୍ତ, ଅଭିମନ୍ୟୁ ମଲ୍ଲିକ, ଲଳିତ ମହାନ୍ତ, ପ୍ରଶାନ୍ତ ସ୍ବାଇଁ, ଶରତ ବାରିକ, କୈଳାସ ସାହୁ, ବିଷ୍ଣୁ ସାହୁ, ନିରଞ୍ଜନ ନାୟକ, ସସ୍ମିତା ମହାନ୍ତି, ଜ୍ୟୋତ୍ସ୍ନାରାଣୀ ସାମଲ ଆଦି ଏହାକୁ ରାଜ୍ୟରେ ସଫଳ ହେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ଏ ଆଇ ଡି ୱାଇ ଓ ର ସର୍ବ ଭାରତୀୟ ସଭାପତି ରାମଜନ୍ନlପ୍ପl ଅଲଦଲି ଦେଶର ବିଭିନ୍ନ କ୍ଷେତ୍ରରେ ଦେଖା ଦେଇଥିବା ସମସ୍ୟା ର ସମାଧାନ ପାଇଁ ଯୁବ ସମାଜ କୁ ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ l ବେକାରୀ ସମସ୍ୟା ର ସମାଧାନ ଦାବୀରେ ଆଗାମୀ ଦିନରେ ଆନ୍ଦୋଳନ କୁ ତୀବ୍ରତର କରିବା ଉଦେଶ୍ୟରେ ଏକ ସର୍ବ ଭାରତୀୟ ବେକାରୀ ଯୁବ ସଂଗ୍ରାମ ସମିତି ଗଠିତ ହୋଇଥିଲା l ଏହି କମିଟିର ସଭାପତି ଭାବେ ଉମାଦେବୀ ଓ ସମ୍ପାଦକ ଭାବେ ଅମରଜିତ ନିର୍ବାଚିତ ହୋଇଥିଲେ l ସଭାପତି ଙ୍କ ଅଭିଭାଷଣ ପରେ କାର୍ଯ୍ୟକ୍ରମ ଶେଷ ହୋଇଥିଲା l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking