30.1 C
Bhubaneswar
Saturday, May 4, 2024
Homeଓଡିଶାସୂର୍ଯ୍ୟ ମୁଖୀ ଚାଷ ଦିନିକିଆ ତାଲିମ ଶିବିର

ସୂର୍ଯ୍ୟ ମୁଖୀ ଚାଷ ଦିନିକିଆ ତାଲିମ ଶିବିର

ଯାଜପୁର : ରାଜ୍ୟ ସରକାର ଚାଷ ପାଇଁ ବିଭିନ୍ନ ପ୍ରକାରର ପ୍ରୋତ୍ସାହନ ଦେଉଥିବା ବେଳେ ତାହା କେତେ ଉପଯୋଗୀ ହୋଇଛି ଏହାର ଉଦାହରଣ କୋରେଇ ବ୍ଲକ ଅନ୍ତର୍ଗତ ତାରାକୋଟ ଗ୍ରାମ ପଞ୍ଚାୟତର ଚାଷୀ ଭାଇମାନେ ପ୍ରଣାମ କରି ଦେଖାଇଛନ୍ତି । ଶରଗଡା ଅଂଚଳରେ ଚାଷୀଭାଇମାନେ କେବଳ ଧାନ ଚଷା ଉପରେ ନିର୍ଭର କରନ୍ତି କିନ୍ତୁ ବ୍ଲକ କୃଷିଅଧିକାରୀ ଶ୍ରୀ ଲକ୍ଷ୍ମୀଧର ସାହୁ ଓ ସ୍ଥାନୀୟ ଯୁବ ଚାଷୀ ଆମିୟ ସିଂହଙ୍କ ପ୍ରୋତ୍ସାହନ ବଳରେ ତାରାକୋଟ ଅଂଚଳର କିଛି ଚାଷୀ ଭାଇଙ୍କ ମନବଳରେ ସୂର୍ଯ୍ୟ ମୁଖୀ ଚାଷ ଦେଖିବାକୁ ମିଳିଛି। ଏହି ଉପଲକ୍ଷେ ତାରାକୋଟ ଠାରେ ଆଜି ଦିନିକିଆ ତାଲିମ ଶିବିର ହୋଇଯାଇଛି। ଏହି ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ କୃଷି ଆଧିକରୀ ଶରତ ଚନ୍ଦ୍ର ନାଏକ, ବ୍ଲକ କୃଷି ଅଧିକାରୀ ଲକ୍ଷ୍ମୀଧର ସାହୁ, କୃଷି ସହକାରୀ ପ୍ରଶାନ୍ତ ଜେନା ତାରାକୋଟ ପଂଚାୟତର ନାଏବ ସରପଞ୍ଚ ଅତାରୁଦ୍ଦିନ ଅହମଦ ସମିତି ସଭ୍ୟ ଉମାକାନ୍ତ ବେହେରା ଶ୍ରୀ ଦାସ ଚାଷୀ ଭାଇ ମାନେ କିପରି ଚାଷ କ୍ଷେତ୍ରରେ ସଫଳତା ହାସଲ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ସେଥି ପ୍ରତି ଦାୟିତ୍ୱ ବହନ କରିବା ସହ ତୈଳ ଜତିଆ ଓ ଡାଲିଜାତିଅ ଫସଲ ଉପରେ ପରାମର୍ଶ ଦେଇଥିଲେ । ସେହିପାରି ବ୍ଲକ କୃଷି ଅଧିକାରୀ ଶ୍ରୀ ସାହୁ ଚାଷୀ ଭାଇମାନେ କିପରି ଖରିପ ଚାଷ ପରେ ତୈଳଜାତୀୟ ସୂର୍ଯ୍ୟ ମୁଖୀ ସୋରିଷ ,ବାଦାମ , ମିଠା ମକା, ମୁଗ ଡାଲି ଚାଷ ଉପରେ ଗୁରୁତ୍ୱ ଦେବା ସହ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ପାଖା ପାଖି ତିରିଶରୁ ପଇତିରିଶ ଜଣ ଚାଷୀଭାଇ ଯୋଗ ଦେଇଥିଲେ । ଶେଷରେ ଯୁବ ଚାଷୀ ଡାକ୍ତର ଅମୀୟ ସିଂହ ବୈଜ୍ଞାନିକ ପଦ୍ଧତି ଓ ଜ୍ଞାନ କୌଶଳରେ ସବୁ ସମ୍ଭବ ହୋଇ ପାରିବା ଆଗାମୀ ଦିନରେ ତାରାକୋଟ ସରଗଡ଼ ଅଂଚଳ ପାଇଁ ଉଦାହରଣ ହେବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking