31.1 C
Bhubaneswar
Tuesday, April 23, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ବିଧାୟକ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି ବିଧାୟକ । ବିଧାନସଭାରୁ ଲୋକସଭା ଅଭିମୁଖେ ଯାଇଥିଲେ ବିଜେଡି ଦଳର ବିଧାୟକ ମାନେ ଓ ଗୃହ ପରମ୍ପରା ଭଙ୍ଗ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ।
ତେବେ ଭେଟିବାକୁ ଯାଇଥିବା ବିଧାୟକ ମାନେ ସୂଚନା ଦେଇଛନ୍ତି ଯେ, ସେମାନେ ମୋଟ ୫୦ ଜଣ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇଥିଲେ ଓ ତାଙ୍କ ସହ ଭିସିରେ ଆଲେଚନା କଲେ । ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଆପତ୍ତି ଜଣାଇଥିଲେ । ବିଧାନସଭାରେ ଅଚଳାବସ୍ଥା ଦୂର ହୋଇ କିପରି ଗୃହ ସ୍ୱାଭାବିକ ଭାବରେ ଚାଲିପାରିବ ସେ ବିଷୟରେ ଆଲୋଚନା କରିଥିଲେ ।

ତେବେ ଗତକାଲି ମଧ୍ୟ ଗୃହ ଭିତରେ ଥିବା ‘କ୍ଷମା’ ତାତି  ରାଜଭବନରେ ପହଞ୍ଚିଥିଲା ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଠାରେ ଶାସକ ବିଜେଡି ବିଧାୟକ ଫେରାଦ ହୋଇଥିଲେ ଓ  ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଉଦ୍ୟମକୁ ବିରୋଧ କରି ସ୍ମାରକପତ୍ର ଦେଇଥିଲେ ।

ସ୍ମାରକ ପତ୍ରରେ ଲେଖାହୋଇଥିଲା ଆତ୍ମହତ୍ୟା ଉଦ୍ୟମ କରି ବିଜେପି ବିଧାୟକ ଗୃହର ଗରିମା ନଷ୍ଟ କରିଛନ୍ତି ଓ ତାହା ଏକ କାପୁରୁଷତାର କାର୍ଯ୍ୟ ଓ  ବିଧାୟକ  ଅତି ଲଜ୍ଜାଜନକ, ଅତି ହୀନକାର୍ଯ୍ୟ କରିଛନ୍ତି ଓ କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ଦେଶ ଉଠୁଛି ପଡୁଛି । ଏହି ସମୟରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ନିନ୍ଦନୀୟ ଓ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବାକୁ ବିଜେପି ବିଧାୟକଙ୍କ ପ୍ରୟାସ ଅଶୋଭନୀୟ । ଶସ୍ତା ରାଜନୀତି ଆପଣାଇଛନ୍ତି ବିଧାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking